ଆୟରେ 'ସୈୟାରା'କୁ ପଛରେ ପକାଇଲା 'ମହାବତାର ନରସିଂହ'

ଆନିମେଟେଡ୍ ଫିଲ୍ମ 'ମହାବତାର ନରସିଂହ' ରିଲିଜ୍ ହେବାର ତିନି ସପ୍ତାହ ବିତିଗଲାଣି। କିନ୍ତୁ ଫିଲ୍ମଟି ଏବେ ବି ବକ୍ସ ଅଫିସରେ ଧମାକା କରୁଛି। ଫିଲ୍ମର ରୋଜଗାର ଏବେ ୨୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଚତୁର୍ଥ ଶୁକ୍ରବାର ଫିଲ୍ମର ଆୟ 'ସୈୟାରା'କୁ ପଛରେ ପକାଇ ଦେଇଛି। 

t

ମୁମ୍ବାଇ: ଆନିମେଟେଡ୍ ଫିଲ୍ମ 'ମହାବତାର ନରସିଂହ' ରିଲିଜ୍ ହେବାର ତିନି ସପ୍ତାହ ବିତିଗଲାଣି। କିନ୍ତୁ ଫିଲ୍ମଟି ଏବେ ବି ବକ୍ସ ଅଫିସରେ ଧମାକା କରୁଛି। ଫିଲ୍ମର ରୋଜଗାର ଏବେ ୨୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଚତୁର୍ଥ ଶୁକ୍ରବାର ଫିଲ୍ମର ଆୟ 'ସୈୟାରା'କୁ ପଛରେ ପକାଇ ଦେଇଛି। 

'ମହାବତାର ନରସିଂହ' 'ୱାର-୨' ଏବଂ 'କୁଲି' ଭଳି ବଡ଼ ଫିଲ୍ମକୁ କଡ଼ା ଟକ୍କର ଦେଇଛି। କୁହା‌ଯାଉଛି ଯେ, ଫିଲ୍ମଟି ଚତୁର୍ଥ ଶୁକ୍ରବାର ଅର୍ଥାତ୍ ୨୨ତମ ଦିନରେ ୬.୩୯କୋଟି ଆୟ କରିଛି। ଏହା ସହିତ, ଫିଲ୍ମର ମୋଟ ଆୟ ୧୯୪.୭୪ କୋଟିରେ ପହଞ୍ଚିଛି । ଏହି କଲେକ୍ସନ ସହିତ, ଫିଲ୍ମଟି ଆହାନ ପାଣ୍ଡେଙ୍କ 'ସୈୟାରା'କୁ ପଛରେ ପକାଇ ଦେଇଛି। 'ସୈୟାରା' ତା’ର ଚତୁର୍ଥ ଶୁକ୍ରବାରରେ ୨କୋଟି ଟଙ୍କା ରୋଜଗାର କରିଥିଲା।

'ସୈୟାରା' ବ୍ୟତୀତ 'ମହାବତାର ନରସିଂହ' 'ସ୍କାଏ ଫୋର୍ସ'କୁ ମଧ୍ୟ ପଛରେ ପକାଇ ଦେଇଛି। 'ସ୍କାଏ ଫୋର୍ସ' ଚତୁର୍ଥ ଶୁକ୍ରବାରରେ ୦.୨ କୋଟି ଟଙ୍କା ସଂଗ୍ରହ କରିଥିଲା ଏବଂ ଅକ୍ଷୟ କୁମାରଙ୍କ 'ହାଉସଫୁଲ ୫' ଚତୁର୍ଥ ଶୁକ୍ରବାରରେ ୦.୩ କୋଟି ଟଙ୍କା ବ୍ୟବସାୟ କରିଥିଲା। ଭିକିଙ୍କ ଫିଲ୍ମ ଏହାର ଚତୁର୍ଥ ଶୁକ୍ରବାରରେ ୮.୭୫ କୋଟି ଟଙ୍କା ରୋଜଗାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe