ମହେଶ ଭଟ୍ଟ ଓ ଜିୟା ଖାନ୍‌ଙ୍କ ଭିଡିଓ ଭାଇରାଲ୍‌

Advertisment
ମହେଶ ଭଟ୍ଟ ଓ ଜିୟା ଖାନ୍‌ଙ୍କ ଭିଡିଓ ଭାଇରାଲ୍‌

DNA India

୨ ଦିନ ତଳେ ମହେଶ ଭଟ୍ଟଙ୍କ ସହ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ହ୍ବାଟସ୍‌- ଆପ୍‌ ବାର୍ତାଳାପ ଭାଇରାଲ ହୋଇଥିବା ବେଳେ ଏବେ ମହେଶଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ତାଙ୍କ ସହ ଦିବଂଗତ ଅଭିନେତ୍ରୀ ଜିୟା ଖାନଙ୍କୁ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଜିଆ ଖାନ୍ ୩ ଜୁନ୍ ୨୦୧୩ରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଭିଡିଓରେ ମହେଶ, ଜିୟାଙ୍କୁ ଆଲିଙ୍ଗନ ଓ ତାଙ୍କ ହାତ ଧରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ମହେଶଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

ପ୍ରକାଶଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ପାଖକୁ ଯିବାର କିଛି ଦିନ ପୂର୍ବରୁ ଜିୟାଙ୍କ ମା’ ରାବିୟା ଏକ ପୋଷ୍ଟରେ ଲେଖିଥିଲେ, ‘ଜିଆ ଓ ସୁଶାନ୍ତଙ୍କ ମୃତ୍ୟୁ‌‌ରେ ବଲିଉଡ୍‌ ମାଫିଆ ଓ ନେତା ଜଡ଼ିତ। ରାଜନୈତିକ ଚାପ ଯୋଗୁଁ ପୁଲିସ୍‌ ସତ ସାମ୍ନାକୁ ଆଣିପାରୁନି। ପୁଲିସ୍‌ ନିଜ ପୂରା ସମୟ ପ୍ରମାଣ ନଷ୍ଟ କରିବା ଓ ମୃତ୍ୟୁକୁ ଆତ୍ମହତ୍ୟା ରୂପ ଦେବା ପାଇଁ ଲାଗିଛି। ନିଜ ମନଗଢ଼ା କାହାଣୀର ସମର୍ଥନ ପାଇଁ ସେମାନେ ବଲିଉଡ୍ ମାଫିଆଙ୍କ ସାହାରା ନେଉଛନ୍ତି। ଡିପ୍ରେସନ୍ କାହାଣୀର ପ୍ରଚାର ପାଇଁ ଏମାନେ ମହେଶ ଭଟ୍ଟଙ୍କୁ ଉପସ୍ଥାପକ ଭଳି ବ୍ୟବହାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe