ଭାଇରାଲ୍‌ ହେଲା ଜୁନ୍‌ ୯ରୁ ୧୫ ଭିତରେ ମହେଶ ଓ ରେହାଙ୍କ ହ୍ବାଟ୍‌ସଆପ୍‌ ଚାଟ୍, ସେମାନଙ୍କ ଭିତରେ ରହିଛି ଏଭଳି ଘନିଷ୍ଠତା...

Advertisment
ଭାଇରାଲ୍‌ ହେଲା ଜୁନ୍‌ ୯ରୁ ୧୫ ଭିତରେ ମହେଶ ଓ ରେହାଙ୍କ ହ୍ବାଟ୍‌ସଆପ୍‌ ଚାଟ୍, ସେମାନଙ୍କ ଭିତରେ ରହିଛି ଏଭଳି ଘନିଷ୍ଠତା...

Times of India

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଜୋର୍ ଧରିଛି। ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ବ ନେଇଛି। ଏହି ସମୟରେ ମାମଲା ସହ ଜଡ଼ିତ ଲୋକମାନଙ୍କର ହ୍ବାଟସଆପ୍ ଚାଟ ସାମ୍ନାକୁ ଆସିଛି। ଜଣକ ପରେ ଜଣଙ୍କର ହ୍ବାଟ୍ସଆପ୍ ଚାଟ ଭାଇରାଲ୍ ହେବାରେ ଲାଗିଛି।

publive-image indiatoday

ନିକଟରେ ସୁଶାନ୍ତ-ଅଙ୍କିତା, ସୁଶାନ୍ତ ଓ ତାଙ୍କ ଭଉଣୀ, ସୁଶାନ୍ତ ଓ ତାଙ୍କ ମ୍ୟାନେଜର୍ ଦିଶା ଆଦିଙ୍କ ହ୍ବାଟ୍ସଆପ୍ ଚାଟ୍ ଭାଇରାଲ୍ ହୋଇସାରିବା ପରେ ଏବେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରେହା ଚର୍କବର୍ତ୍ତୀ ଓ ବଲିଉଡ୍ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ହ୍ବାଟ୍ସଆପ୍ ଚାଟ୍ ଭାଇରାଲ୍ ହୋଇଛି।

publive-image indiatoday

ସୁଶାନ୍ତଙ୍କ ମୃତ୍ୟୁ ଜୁନ୍ ୧୪ ତାରିଖରେ ହୋଇଥିବା ‌ବେଳେ ଜୁନ୍ ୯ ତାରିଖରୁ ନେଇ ଜୁନ୍ ୧୫ ତାରିଖ ମଧ୍ୟରେ ରେହା ଓ ମହେଶ କରିଥିବା ହ୍ବାଟ୍ସଆପ୍ ଚାଟ୍ ଭାଇରାଲ୍ ହୋଇଛି।

publive-image indiatoday

ଦୁଇ ଜଣଙ୍କର ଭାଇରାଲ୍ ମେସେଜ୍ ଦେଖିବା ପରେ ସେମାନଙ୍କ ଭିତରେ ଥିବା ଘନିଷ୍ଠତା ବେଶ୍ ଭଲ ଭାବେ ଜଣାପଡ଼ିଯାଉଛି।

publive-image indiatoday

ରେହା ମହେଶଙ୍କୁ ‘ଆଞ୍ଜେଲ୍’ ବୋଲି ଡାକୁଥିବା ବେଳେ ତାଙ୍କୁ ‘ଲଭ୍ ୟୁ ସାର୍’ ଲେଖିଛନ୍ତି ଓ ହାର୍ଟ ଇମୋଜି ବି ପଠାଇଛନ୍ତି।

ମହେଶ ରେହାଙ୍କୁ ବିଭିନ୍ନ ଭଲ କୋଟେସନ୍ ଥିବା ମେସେଜ୍ ପଠାଇଛନ୍ତି। ରେହା ମହେଶଙ୍କୁ ତାଙ୍କର ଦମ୍ଭ ବୋଲି ସମ୍ବୋଧନ କରୁଥିବା ବେଳେ ମହେଶ ରେହାଙ୍କୁ ନିଜ ପିଲା ବୋଲି କହୁଥିବା ଚାଟ୍‌ରେ ଦେଖିବାକୁ ମିଳିଛି।

publive-image indiatoday

ଉଲ୍ଲେଖଯୋଗ୍ୟ, ନିକଟରେ ପୁଲିସ୍‌ ସୁଶାନ୍ତଙ୍କ ସହ ଜଡ଼ିତ ଥିବା ଅନେକ ଜଣଙ୍କୁ ଏ ନେଇ ଜେରା କରି ସାରିବା ପରେ ସିନେ ନିର୍ମାତା ମହେଶ ଭଟ୍ଟଙ୍କୁ ବି ଜେରା କରିଥିଲା।  ମହେଶଙ୍କୁ ଦୀର୍ଘ ୨ ଘଣ୍ଟାର ମାରାଥନ୍‌ ଜେରା କରିଥିଲା ପୁଲିସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe