ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଧରି ଜେରା କଲା ପୁଲିସ୍‌

Advertisment
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଧରି ଜେରା କଲା ପୁଲିସ୍‌

Times of India

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୟା ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ବି ପୁଲିସ୍‌ ତଦନ୍ତ ଜାରି ରଖିଛି। ପୁଲିସ୍‌ ସୁଶାନ୍ତଙ୍କ ସହ ଜଡ଼ିତ ଥିବା ଅନେକ ଜଣଙ୍କୁ ଏ ନେଇ ଜେରା କରି ସାରିବା ପରେ ଏବେ ସିନେ ନିର୍ମାତା ମହେଶ ଭଟ୍ଟଙ୍କୁ ବି ଜେରା କରିସାରିଛି।

ମହେଶଙ୍କୁୁ ପୁଲିସ୍‌ ସମନ ପଠାଇ ସୋମବାର ଅପରାହ୍ନ ୧୨ଟା ସୁଦ୍ଧା ବାନ୍ଦ୍ରା ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିବାକୁ କହିଥିଲା। ମହେଶ ମଧ୍ୟ ପୁଲିସ୍‌ କହିବାନୁସାରେ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିଥିଲେ। ଇତି ମଧ୍ୟରେ  ପୁଲିସ୍‌ ମହେଶଙ୍କୁ ଜେରା କରି ତାଙ୍କ ବୟାନ ରେକର୍ଡ କରିଛି। ମହେଶଙ୍କୁ ଦୀର୍ଘ ୨ ଘଣ୍ଟାର ମାରାଥନ୍‌ ଜେରା ହେବା ପରେ ତାଙ୍କ ରେକର୍ଡ ବୟାନ ହୋଇଛି।

publive-image
SpotboyE

ଉଲ୍ଲେଖଯୋଗ୍ୟ, ଜୁନ୍୧୪ ତାରିଖରେ ବାନ୍ଦ୍ରାସ୍ଥିତ ନିଜ ବାସଭନରୁ ସୁଶାନ୍ତଙ୍କ ମୃତଦେହ ଝୁଳନ୍ତା ଅବସ୍ଥାରେ ମିଳିଥିଲା। ପୁଲିସ୍‌ ତାଙ୍କ ମୃତଦେହ ସହ ସେହି ଘରୁ କିଛି ଡାକ୍ତରୀ ପ୍ରେସ୍‌କିପସନ୍‌ ଓ ବିଷାଦ(ଡିପ୍ରେସନ୍‌) ଔଷଧ ମଧ୍ୟ ପାଇଥିଲା। ‌ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି କେହି କେହି କହିଥିବା ବେଳେ ପୁଣି କେହି ଏହା ଏକ ହତ୍ୟା ମାମଲା ବୋଲି କହି ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ପୁଲିସ୍‌ ଘଟଣାର ତଦନ୍ତ କରି ସୁଶାନ୍ତଙ୍କ ସଂପର୍କୀୟଙ୍କଠାରୁ ନେଇ ତାଙ୍କ ବାପା, ତାଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀ, ଟିଭି ପ୍ରଯୋଜିକା ଏକ୍‌ତା କପୁର ଆଦି ଅନେକଙ୍କ ରେକର୍ଡ ବୟାନ କରି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe