ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଥିବା ସ୍ୱୀକାର କରି ରଣବୀର-ଆଲିଆଙ୍କ ବିବାହକୁ ନେଇ ଏହି ସୂଚନା ଦେଲେ ମହେଶ ଭଟ୍ଟ

Advertisment
ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଥିବା ସ୍ୱୀକାର କରି ରଣବୀର-ଆଲିଆଙ୍କ ବିବାହକୁ ନେଇ ଏହି ସୂଚନା ଦେଲେ ମହେଶ ଭଟ୍ଟ

India Today

ମୁମ୍ବାଇ : ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ସୁଟିଂ ସେଟ୍‌ର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହି ଫିଲ୍ମର ସୁଟିଂ ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା ବୋଲି ସୂଚନା ରହିଛି। ଦୁହେଁ ନିଜ ସଂପର୍କକୁ ସମସ୍ତଙ୍କ ଆଗରେ ସ୍ୱୀକାର କରି ନଥିବା ବେଳେ ଆଲିଆଙ୍କ ବାପା ମହେଶ ଭଟ୍ଟ ସେ ଦୁହିଁଙ୍କ ପ୍ରେମ ସଂପର୍କ ଏବଂ ବିବାହ ସଂପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ।

publive-image indiatvnews.com

ଏକ ସାକ୍ଷାତକାରେ ମହେଶ ଭଟ୍ଟଙ୍କୁ ଆଲିଆ-ରଣବୀରଙ୍କ ସଂପର୍କ ବିଷୟରେ ପଚରା ଯାଇଥିଲା। ମହେଶ ଉତ୍ତର ଦେଇ କହିଛନ୍ତି କି ‘ଏହା ତ ଆପଣମାନେ ଜାଣି ସାରିଥିବେ କି ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଛନ୍ତି । ଏ କଥାରେ ଆଉ ଜାଣିବାକୁ କିଛି ନାହିଁ । ମୋତେ ରଣବୀର କପୁର ପସନ୍ଦ । ସେ ଜଣେ ଭଲ ମଣିଷ । ଏବେ ସେ ଦୁଇ ଜଣ ନିଜର ଏହି ସଂପର୍କକୁ କିପରି ଆଗକୁ ବଢ଼ାଇବେ ଏହା ସେମାନେ ଭଲ ଭାବରେ ଜାଣିଥିବେ । ମୁଁ ସେ ବିଷୟରେ କହିବାକୁ କେହି ନୁହେଁ । ଯେତେବେଳେ ସେମାନେ ଭାବିବେ ସେମାନଙ୍କୁ ବିବାହ କରିନେବା ଦରକାର, ସେମାନେ କରିନେବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe