ସଲମାନ୍‌ଙ୍କ ସହ କାମ କରି ପଶ୍ଚାତ୍ତାପ କରୁଛନ୍ତି ଏହି ନାୟିକା!

Advertisment
ସଲମାନ୍‌ଙ୍କ ସହ କାମ କରି ପଶ୍ଚାତ୍ତାପ କରୁଛନ୍ତି ଏହି ନାୟିକା!

ମୁମ୍ବାଇ: ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସହିତ ଫିଲ୍ମରେ କାମ କରିବାକୁ ବଲିଉଡର ବହୁ ଅଭିନେତ୍ରୀ ଉତ୍କଣ୍ଠିତ। ସେମାନଙ୍କ ଭିତରୁ ଅଳ୍ପ କେତେଜଣ ସଲମାନଙ୍କ ଫିଲ୍ମରେ ଛୋଟିଆ ରୋଲ୍‌ କରିବାକୁ ବି ପ୍ରସ୍ତୁତ ହୋଇଯାଆନ୍ତି। ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି,ସଲମାନ୍‌ ଖାନ୍‌ଙ୍କ ସହ କାମ କରିବା ପରେ ଯେଉଁମାନଙ୍କର ଭାଗ୍ୟ ଖୋଲିଥିଲା।

କିନ୍ତୁ ଜଣେ ଅଭିନେତ୍ରୀ ସଲମାନ୍‌ ଖାନ୍‌ଙ୍କ ସହିତ ଫିଲ୍ମରେ ଅଭିନୟ କରି ପଶ୍ଚାତ୍ତାପ କରୁଛନ୍ତି। ଯେଉଁ ଅଭିନେତ୍ରୀ ସଲମାନ୍‌ଙ୍କ ସଂପର୍କରେ ଏଭଳି କଥା କହିଛନ୍ତି,ସେ ହେଲେ ମାହି ଗିଲ୍‌। ଅଭିନେତ୍ରୀ ମାହି ଗିଲ୍‌ ସଲମାନ୍‌ ଖାନ୍‌ଙ୍କ ସହିତ ‘ଦବଙ୍ଗ’ଏବଂ ‘ଦବଙ୍ଗ-୨’ରେ କାମ କରିଥିଲେ। ଏହାକୁ ନିଜର ମସ୍ତବଡ ଭୁଲ୍‌ ବୋଲି କହିଛନ୍ତି ମାହି।
ମାହି କହିଛନ୍ତି ଯେ,‘ଫିଲ୍ମ ‘ଦେବ୍‌ ଡି’ରେ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଥିଲା। କିନ୍ତୁ ‘ଦବଙ୍ଗ’ରେ କାମ କରିବାପରେ କଥାଟା ଓଲଟି ଗଲା। ତା’ପରେ ନିର୍ମାତାମାନେ ତାଙ୍କୁ ଛୋଟ ରୋଲ୍‌ ଅଫର୍‌ କରିବାକୁ ଲାଗିଲେ।

publive-image
ସେ କହିଛନ୍ତି ଯେ,ଏହାପରେ ତାଙ୍କର କ୍ୟାରିଅର୍‌ ଏକ ପ୍ରକାରର ଅଟକି ଯାଇଥିଲା। ଏଯାଏଁ ତାଙ୍କୁ ‘ଦବଙ୍ଗ-୩’ ମିଳି ନାହିଁ। ମାହି ଗିଲ୍‌ କହିଛନ୍ତି ଯେ,ନିର୍ଦ୍ଦେଶକ ତିଗ୍‌ମାଂଶୁ ଧୂଲିଆ ତାଙ୍କୁ ‘ସାହେବ୍‌ ବିବି ଔର୍‌ ଗ୍ୟାଙ୍ଗ୍‌ଷ୍ଟାର୍‌-୩’ରେ ଲିଡ୍‌ ରୋଲ୍‌ ଦେଇ ମୁଖ୍ୟସ୍ରୋତକୁ ଫେରାଇ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe