ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ କର୍କଟ; ଇନ୍‌ଷ୍ଟାରେ ତାଙ୍କ ସାହସିକ ଭିଡିଓ ସେୟାର୍‌ କଲେ ଅନୁପମ୍‌ ଖେର୍‌

Advertisment
ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ କର୍କଟ; ଇନ୍‌ଷ୍ଟାରେ ତାଙ୍କ ସାହସିକ ଭିଡିଓ ସେୟାର୍‌ କଲେ ଅନୁପମ୍‌ ଖେର୍‌

ମୁମ୍ବାଇ: ବଲିଉଡ୍‌ରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବି-ଟାଉନ୍‌ର ଲୋକପ୍ରିୟ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ ସ୍ତନ କର୍କଟ ହୋଇଛି। ଏହି ଖବର ମହିମାଙ୍କ ପ୍ରଶଂସକମାନଙ୍କୁ ଗଭୀର ଭାବେ ଆଘାତ ଦେଇଛି। କର୍କଟରେ ପୀଡ଼ିତ ହେବା ପରେ ମହିମା ଏକଦମ ଭିନ୍ନ ଦିଶୁଛନ୍ତି। ଅଭିନେତ୍ରୀଙ୍କ ଏବେକାର ଫଟୋ ଦେଖିଲେ ଆପଣ ବେ‌ାଧେ ଆଉ ଚିହ୍ନିପାରିବେ ନାହିଁ।

ବଲିଉଡ୍‌ର ବରିଷ୍ଠ କଳାକାର ଅନୁପମ୍‌ ଖେର୍‌ ମହିମା ଚୌଧୁରୀଙ୍କର ଏକ ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରି ପ୍ରଶଂସକଙ୍କୁ ମହିମାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଅନୁପମ ମହିମାଙ୍କୁ ଭିଡିଓରେ ‘ହିରୋ’ ବୋଲି ସମ୍ବୋଧନ କରିଛନ୍ତି।

View this post on Instagram

A post shared by Anupam Kher (@anupampkher)

ଅନୁପମ୍‌ ଭିଡିଓଟିକୁ ‌ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ସେୟାର କରି ଲେଖିଛନ୍ତି, ‘ମୁଁ ମାସେ ତଳେ ମହିମାଙ୍କୁ ମୋର ୫୨୫ତମ ଚଳଚ୍ଚିତ୍ର ‘ଦ ସିଗ୍‌ନେଚର୍‌’ରେ ଏକ ଚରିତ୍ର ନିଭାଇବାକୁ କଲ୍‌ କରିଥିଲି। କଥାବାର୍ତ୍ତା ହେବାରୁ ଜଣାପଡ଼ିଲା ଯେ ମହିମା ଏପରି ଏକ ଦୁରାରୋଗ୍ୟରେ ବ୍ୟାଧି‌ରେ ପୀଡ଼ିତ। ସେ ଚାହୁଁଥିଲେ କି ମୁଁ ଏହି ଖବର କିପରି ଫ୍ୟାନ୍ସଙ୍କ ନିକଟରେ ପହଞ୍ଚାଇବି। ମହିମାଙ୍କ ସାହସ ଦୁନିଆର ଅନେକ ମହିଳାଙ୍କୁ ସାହସ ଯୋଗାଇବ।’

ଅନୁପମ୍‌ ତାଙ୍କ ପୋଷ୍ଟ୍‌ରେ ମହିମାଙ୍କୁ ଢେର୍‌ ସାରା ଆଶୀର୍ବାଦ ଓ ଭଲପାଇବା ଦେବାକୁ ପ୍ରଶଂସକମାନଙ୍କୁ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ମହିମା ଏବେ ସେଟ୍‌କୁ ଆସି ସାରିଛନ୍ତି ଓ ସେ ଉଡ଼ିବା ପାଇଁ ପ୍ରସ୍ତୁତ। ଅନୁପମ୍‌ ସେୟାର୍‌ କରିଥିବା ଭିଡିଓରେ ମହିମା ନିଜକୁ ସୁସ୍ଥ ଥିବା କଥା ପ୍ରଶଂସକଙ୍କୁ କହିଛନ୍ତି। ସେ କର୍କଟ ସହ ଲଢ଼ି କର୍କଟକୁ ଜୟ କରିବା ପରେ ସଭିଁଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe