କର୍କଟରୁ ସୁସ୍ଥ ହେବା ପରେ ସାକ୍ଷାତ୍‌କାର ସମୟରେ ଏହି ସବୁ କଥା କହିଲେ ମହିମା ଚୌଧୁରୀ

Advertisment
କର୍କଟରୁ ସୁସ୍ଥ ହେବା ପରେ ସାକ୍ଷାତ୍‌କାର ସମୟରେ ଏହି ସବୁ କଥା କହିଲେ ମହିମା ଚୌଧୁରୀ

www.indiatoday.in

ମୁମ୍ବାଇ:  ବି-ଟାଉନ୍‌ର ଲୋକପ୍ରିୟ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ ସ୍ତନ କର୍କଟ ହୋଇଥିବା କଥା ଆପଣ ଗତକାଲିଠାରୁ ଜାଣି ସାରିଥିବେ। ମହିମା କର୍କଟରୁ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି। ସେ କର୍କଟରୁ ସୁସ୍ଥ ହେବା ପରେ ନିଜର ଏକ ସାକ୍ଷାତ୍‌କାରରେ କହିଛନ୍ତି କି ତାଙ୍କୁ କାଳେ ସଂକ୍ରମଣ ହୋଇଯିବ ବୋଲି ତାଙ୍କ ଚିକିତ୍ସା ଚାଲୁଥିବା ବେଳେ ତାଙ୍କ ଝିଅ ୨ ମାସ ଧରି ସ୍କୁଲ୍‌ ଯାଇନଥିଲେ।

ତାଙ୍କ ଝିଅର ନାଁ ହେଉଛି ଅରଣ୍ୟା ଚୌଧୁରୀ। ମହିମା କହିଛନ୍ତି କି ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପରେ ବି ଅରଣ୍ୟା ମାଆଙ୍କ ସଂକ୍ରମଣ ହୋଇଯିବା ଭୟରେ ବାହାରକୁ ନଯାଇ ସାରା ଦିନ ଘରେ ପଡ଼ି ରହୁଥିଲେ। ସେ ଆହୁରି ବି କହିଛନ୍ତି କି ଅନେକ ଲୋକ ଭାବୁଛନ୍ତି କି ସେ ତାଙ୍କର କର୍କଟ ଚିକିତ୍ସା ଆମେରିକାରେ କରାଉଥିଲେ। ମାତ୍ର ବାସ୍ତବ କଥା ହେଉଛି ‌ସେ ମୁମ୍ବାଇରେ ହିଁ ତାଙ୍କର ଚିକିତ୍ସା କରୁଥିଲେ। ତାଙ୍କୁ କର୍କଟରୁ ପୂରା ମୁକ୍ତ ହେବାକୁ ୩ ରୁ ୪ ମାସ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।

ବଲିଉଡ୍‌ର ବରିଷ୍ଠ କଳାକାର ଅନୁପମ୍‌ ଖେର୍‌ ଗତକାଲି ମହିମା ଚୌଧୁରୀଙ୍କର ଏକ ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରି ପ୍ରଶଂସକଙ୍କୁ ମହିମାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଥିଲେ।  କେବଳ ସେତିକି ନୁହେଁ, ଅନୁପମ ମହିମାଙ୍କୁ ଭିଡିଓରେ ‘ହିରୋ’ ବୋଲି ସମ୍ବୋଧନ କରିଥିଲେ। ଅନୁପମ୍‌ ତାଙ୍କ ପୋଷ୍ଟ୍‌ରେ ମହିମାଙ୍କୁ ଢେର୍‌ ସାରା ଆଶୀର୍ବାଦ ଓ ଭଲପାଇବା ଦେବାକୁ ପ୍ରଶଂସକମାନଙ୍କୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe