ଅନୁପମ ଖେର୍‌ଙ୍କ ସହ ନୂଆ ଫଟୋସୁଟ୍‌ରେ ମହିମା ଚୌଧୁରୀ

ଅନୁପମ ଖେର୍‌ଙ୍କ ସହ ନୂଆ ଫଟୋସୁଟ୍‌ରେ ମହିମା ଚୌଧୁରୀ

Times of India

କର୍କଟ ରୋଗରେ ପୀଡ଼ିତା ଅଭିନେତ୍ରୀ ମହିମା ଚୌଧୁରୀ ସୁସ୍ଥ ହୋଇଛନ୍ତି। ସେ ପୁଣି କାମ ଆରମ୍ଭ କରିଛନ୍ତି। ଲକ୍ଷ୍ନୌରେ ଅନୁପମ ଖେର୍‌ଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦ ସିଗ୍‌‌ନେଚର’ର ସୁଟିଂ କରୁଛନ୍ତି। ଅନୁପମ ବର୍ତ୍ତମାନ ସେମାନଙ୍କ ଫଟୋସୁଟରୁ ମହିମା ଚୌଧୁରୀଙ୍କ ସହ ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି। ଏହା ପ୍ରଶଂସକମାନଙ୍କୁ ବେଶ୍‌ ଭାବପ୍ରବଣ କରି ପକାଇଛି। ଅନୁପମ ଖେର୍‌ ସେୟାର କରିଥିବା ନୂଆ ଭିଡିଓରେ ମହିମା ଚୌଧୁରୀ ତାଙ୍କ କର୍କଟ ପରବର୍ତ୍ତୀ ଲୁକ୍‌ରେ ନଜରକୁ ଆସିଛନ୍ତି। ମୁଣ୍ଡରେ ୱିଗ୍‌ ଥାଇ ଦୁଇ ଆଖିରୁ ଲୁହ ଝରୁଥିବାବେଳେ ତାଙ୍କ ସ୍ମିତହାସ୍ୟ ପ୍ରଶଂସକଙ୍କୁ ଭାବପ୍ରବଣ କରିଛି। ପ୍ରଶଂସକଙ୍କ ସହ ଭିଡିଓ ସେୟାର କରି ଅନୁପମ ଖେର୍‌ ଲେଖିଛନ୍ତି, ବେଳେବେଳେ ତୁମେ ଲୁହରେ ହସିବାକୁ ପଡିବ, ଯନ୍ତ୍ରଣା ମଧ୍ୟରେ ବି ହସିବ ଯାହା ଦ୍ବାରା ତୁମେ ଦୁଃଖ ଆଉ ଯନ୍ତ୍ରଣାକୁ ଭୁଲି ପାରିବ।

ମହିମା ଚୌଧୁରୀଙ୍କୁ ‘ସିଗ୍‌ନେଚର’ରେ ଦେଖିବାକୁ ମିଳିବ। କ୍ୟାନସର ଚିକିତ୍ସା ପରେ ସୁସ୍ଥ ହୋଇ ସେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଅନୁପମ ଖେରଙ୍କ ସହ ଫିଲ୍ମର ସୁଟିଂ କରୁଛନ୍ତି। ସେ ମୁଣ୍ଡରେ ୱିଗ୍ ପିନ୍ଧି, ଚେୟାରରେ ବସି, ସାଧାରଣ ସାଲୱାର୍ ସୁଟ୍ ସହ ଅନୁପମଙ୍କ ସହ ନଜରକୁ ଆସିଛନ୍ତି। ଏହାକୁ ଦେଖି ସୋସିଆଲ ମିଡିଆରେ ମହିମାଙ୍କ ସୁସ୍ଥ ଓ ସଫଳ ଯାତ୍ରାର କାମନା କରିଛନ୍ତି ପ୍ରଶଂସକମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe