ମଞ୍ଜରୀରେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ‘ସିଂହଦ୍ୱାର’

Advertisment
ମଞ୍ଜରୀରେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ‘ସିଂହଦ୍ୱାର’

ନାୟିକା କସ୍ତୁରୀର ଜୀବନ ବର୍ତ୍ତମାନ କାହାଣୀର ପ୍ରବାହରେ ଅନ୍ଧକାର ଭିତରକୁ ଚାଲିଯାଇଛି। କେତକୀର ଚକ୍ରାନ୍ତ ସହ ତନୁ ଓ ସୌରଭଙ୍କ ଷଡ୍‌ଯନ୍ତ୍ର ଭିତରେ ଛନ୍ଦି ହେଇ ସାରିଛି ତାହାର ଜୀବନ। ନିଜ ସିନ୍ଦୂର ପ୍ରତି ଅପମାନ କୋଉ ନାରୀ ବା ସହିପାରନ୍ତା? ନିଜ ଲୁହ ନିଜେ ପୋଛି କସ୍ତୁରୀ ଅପେକ୍ଷା କରିରହିଛି ସେଇ ଦିନକୁ କେବେ ସେ ପାଇବ ତା’ ହୃଦୟର ରାଜକୁମାର ଶୋଭନକୁ। ତା’ର ଭଲ ପାଇବାର ମୂଲ୍ୟ ତାକୁ କେବେ ନା କେବେ ନିଶ୍ଚୟ ମିଳିବ ବୋଲି ସେ ଭଗବାନଙ୍କ ଉପରେ ଭରସା ରଖିଛି। ସାହସ ବାନ୍ଧି ସବୁ ସମସ୍ୟାର ସମାଧାନ କରୁ କରୁ ବେଳେ ବେଳେ ସେ କ୍ଲାନ୍ତ ହେଇପଡୁଛି। ହେଲେ ବିଶ୍ୱାସ ହରାଇନି ନିଜ ସିନ୍ଦୂର ଉପରେ କି ନାରାୟଣ ଗୋସାଇଁଙ୍କ ଉପରେ।

ଯାତ୍ରା ଜଗତର ମହାନ ଖଳନାୟକ ଦ୍ବୈତାରୀ ପଣ୍ଡାଙ୍କ ସହ ଓଡ଼ିଆ ଯାତ୍ରା ଓ ସିନେଜଗତର ଅନୁଭବୀ କଳାକାର ରାଇମୋହନ ପରିଡ଼ାଙ୍କ ଅଭିନୟ ଏହି ଧାରାବାହିକର ପ୍ରମୁଖ ଆକର୍ଷଣ ପାଲଟିଛି। ଏହା ସହିତ କସ୍ତୁରୀ ଭୂମିକାରେ ଦେବିକା ଅରୁନ୍ଧତୀ, ଶୋଭନ ଭୂମିକାରେ ଆଶିଷ ଦାସଙ୍କ ସହିତ ଜଗା ପଣ୍ଡା ଓ ଭାସ୍ବତୀ ବସୁଙ୍କ ଭଳି ଅନେକ କଳାକାରଙ୍କ ଜୀବନ୍ତ ଅଭିନୟ ପାଇଁ ଧାରାବାହିକଟି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଛି।

ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ରେ ପ୍ରସାରିତ ହେଉଛି ମେଗା ଧାରାବାହିକ ‘ସିଂହଦ୍ବାର’। ଗତବର୍ଷ ନ‌େଭମ୍ବର ମାସରୁ ପ୍ରସାରିତ ଏହି ଧାରାବାହିକଟି ପ୍ରେମ, ପ୍ରତିଜ୍ଞା ଓ ପ୍ରତିଶୋଧର ଭିତ୍ତିଭୂମି ଉପରେ ଆଧାରିତ ଏକ ମୌଳିକ କାହାଣୀ। ସୋମବାରରୁ ଶନିବାର ରାତି ୮ ଟାରେ ପ୍ରସାରିତ ‘ସିଂହଦ୍ୱାର’ ଧାରାବାହିକର କଥାବସ୍ତୁରେ ଆଗାମୀ ଦିନରେ ଅାଉ କିଛି ରୋଚକ ମୋଡ଼ ଦେଖିବାକୁ ମିଳିବ ବୋଲି ‘ମଞ୍ଜରୀ’ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe