ଜନ୍ମଦିନରେ ଦୁର୍ଘଟଣାର ଶିକାର ହେଲେ ଶିଶୁକଳାକାର; ଅଳ୍ପକେ ରକ୍ଷା ପାଇଲା ଜୀବନ

ଜନ୍ମଦିନରେ ମଲ ବୁଲିବାକୁ ଯାଇଥିବା ଶିଶୁ କଳାକାର ହେଲେ ଦୁର୍ଘଟଣାର ଶିକାର। ଅଳ୍ପବେ ବଞ୍ଚିଗଲା ଜୀବନ। ମୈଶାଙ୍କ ବାପା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋ ଝିଅ ଜୀବନ କିଛି ହୋଇଯାଇଥିଲେ କିଏ ଦାୟୀ ହୋଇଥାଆନ୍ତା।’

୪୫୬୩୫୬

ନୂଆଦିଲ୍ଲୀ: ମୈଶା ଦୀକ୍ଷିତ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଶିଶୁକଳାକାର। ବୟସ ମାତ୍ର ୧୩ବର୍ଷ । ସେ ଚଣ୍ଡିଗଡ଼ର ଏଲାନ୍ତେ ମଲରେ ମାଉସୀଙ୍କ ସହ ଥିବାବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। 

ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ମୈଶା ଦୀକ୍ଷିତ କହିଛନ୍ତି, 'ଫଟୋ କ୍ଲିକ୍ କରିବା ପାଇଁ ଆମେ ମଲରେ ଥିବା ଏକ ଖମ୍ଭ ନିକଟରେ ଠିଆ ହୋଇଥିଲୁ । ଏତିକି ବେଳେ ହଠାତ୍ ଦୁଇଟି ଟାଇଲ୍ ଉପରୁ ଖସି ମୋ ଉପରେ ପଡ଼ିଥିଲା। ଏଥିରେ ମୋ ପଞ୍ଜରା ହାଡ ଭାଙ୍ଗି ଯାଇଛି। ଏହି ଟାଇଲ୍ସର ଏକ ଖଣ୍ଡ ମୋର ମାଉସୀଙ୍କ ମୁଣ୍ଡ ଉପରେ ବି ପଡ଼ିଥିଲା। ଏହି ଦୁର୍ଘଟଣାରେ ମାଉସୀ ଓ ମୁଁ ଉଭୟ ଗୁରୁତର ଆହତ ହୋଇଥିଲୁ। ଡାକ୍ତରଙ୍କ ଚିକିତ୍ସା ପରେ ଉଭୟ ସୁସ୍ଥ ଅଛୁ।

ଏହି ଘଟଣାକୁ ନେଇ ମୈଶା ଦୀକ୍ଷିତଙ୍କ ବାପା କହିଛନ୍ତି, 'ଆଜି ମୋର ଝିଅର ଜନ୍ମଦିନ  ଥିଲା। ଏହି କାରଣରୁ ପରିବାରର ସମସ୍ତ ସଦସ୍ୟ ମଲକୁ ବୁଲିବାକୁ ଯାଇଥିଲୁ। ଏହି ଖୁସିର ସମୟ ମଧ୍ୟରେ ମୋ ପରିବାର ସହିତ ଏମିତି ଏକ ଘଟଣା ଘଟିଯିବ ତାହାକୁ ମୁଁ ଏବେ ଯାଏଁ ବିଶ୍ବାସ କରି ପାରୁନାହିଁ।

ଏତେବଡ଼ ନାମୀ ମଲରେ ଏମିତି ଘଟଣା ଘଟିଗଲା। ବାସ୍ତବରେ ଏହା ଚିନ୍ତାର କାରଣ। ଏହି ଦୁର୍ଘଟଣାରେ ଯଦି ମୋ ଝିଅର ଜୀବନ ସହିତ କିଛି ଘଟି ଯାଇଥାଆନ୍ତା ଏଥିପାଇଁ କିଏ ଦାୟୀ ହୋଇଥାଆନ୍ତେ? ମୋ ଝିଅ ଅକ୍ଟୋବର ୧ରୁ ନୂଆ ସିରିଏଲର ସୁଟିଂ ଆରମ୍ଭ କରିବାର ଥିଲା କିନ୍ତୁ ତା ସହିତ ଏମିତି ଏକ ଦୁଃଖଦ ଘଟଣା ଘଟିଗଲା।

ସୂଚନାଯୋଗ୍ୟ ଯେ ଘଟଣା ପରେ ଏଲାନ୍ତେ ମଲର ତଳ ମହଲାକୁ ସିଲ୍ କରି ଦିଆଯାଇଛି। ଯେଉଁଠାରେ ମୈଶା ଦୀକ୍ଷିତ ଓ ତାଙ୍କ ମାଉସୀଙ୍କ ଉପରେ ଟାଇଲ ଖସି ପଡ଼ିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe