ଫେରୁଛନ୍ତି ମହିମା

Advertisment

ବଲିଉଡ୍‌କୁ ଏଭଳି ଅନେକ କଳାକାର ଆସିଛନ୍ତି, ଯେଉଁମାନେ ସୁପର୍‌ହିଟ୍ ଫିଲ୍ମ ଦେଇ ବି ଆଗକୁ ବଢ଼ି ପାରିନାହାନ୍ତି। ଏହା ପଛରେ ଅନେକ କାରଣ ରହିଥାଏ। କିଏ ନିଶାସକ୍ତ ହୋଇ କ୍ୟାରିଅର୍‌ ବରବାଦ କରେ ତ କିଏ ଉଚିତ ବ୍ୟବହାର ପ୍ରଦର୍ଶନ ନକରି ଇଣ୍ଡଷ୍ଟ୍ରିରେ ଅପ୍ରିୟ ହୋଇପଡ଼େ।

ବଲିଉଡ୍‌କୁ ଏଭଳି ଅନେକ କଳାକାର ଆସିଛନ୍ତି, ଯେଉଁମାନେ ସୁପର୍‌ହିଟ୍ ଫିଲ୍ମ ଦେଇ ବି ଆଗକୁ ବଢ଼ି ପାରିନାହାନ୍ତି। ଏହା ପଛରେ ଅନେକ କାରଣ ରହିଥାଏ। କିଏ ନିଶାସକ୍ତ ହୋଇ କ୍ୟାରିଅର୍‌ ବରବାଦ କରେ ତ କିଏ ଉଚିତ ବ୍ୟବହାର ପ୍ରଦର୍ଶନ ନକରି ଇଣ୍ଡଷ୍ଟ୍ରିରେ ଅପ୍ରିୟ ହୋଇପଡ଼େ।

hghdhgy

ବଲିଉଡ୍‌କୁ ଏଭଳି ଅନେକ କଳାକାର ଆସିଛନ୍ତି, ଯେଉଁମାନେ ସୁପର୍‌ହିଟ୍ ଫିଲ୍ମ ଦେଇ ବି ଆଗକୁ ବଢ଼ି ପାରିନାହାନ୍ତି। ଏହା ପଛରେ ଅନେକ କାରଣ ରହିଥାଏ। କିଏ ନିଶାସକ୍ତ ହୋଇ କ୍ୟାରିଅର୍‌ ବରବାଦ କରେ ତ କିଏ ଉଚିତ ବ୍ୟବହାର ପ୍ରଦର୍ଶନ ନକରି ଇଣ୍ଡଷ୍ଟ୍ରିରେ ଅପ୍ରିୟ ହୋଇପଡ଼େ। ବଡ଼ବଡ଼ ଷ୍ଟାର୍‌ଙ୍କ ସହ କାମ କରି ଏବଂ ସଫଳ ସିନେମା ଦେଇ ବି ବଲିଉଡ୍‌ରେ ଦୀର୍ଘ କାଳ ତିଷ୍ଠି ରହିପାରି ନଥିଲେ ମହିମା ଚୌଧୁରୀ। ଶାହାରୁଖ ଖାଁଙ୍କ ସହ ଫିଲ୍ମ ‘ପରଦେଶ’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ମହିମା। ଫିଲ୍ମର ଗୀତ ସହ ମହିମାଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା। ଏହା ପରେ ସେ ‘ଧଡକନ୍’, ‘ଦିଲ୍ ହୈ ତୁହ୍ମାରା’, ‘ଲଜ୍ଜା’ ଓ ‘ବାଗବାନ୍’ ଭଳି ଅନେକ ହିଟ୍‌ ଚଳଚ୍ଚିତ୍ରରେ କାମ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ହୋଇଥିବା ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା।

୧୯୯୯ ମସିହାରେ ମହିମା ଫିଲ୍ମ ‘ଦିଲ କ୍ୟା କରେ’ର ସୁଟିଂ କରୁଥିଲେ। ଦିନେ ନିଜେ କାର୍ ଚଳାଇ ସୁଟିଂ ସେଟ୍‌ରୁ ଘରକୁ ଫେରୁଥିବା ବାଟରେ ତାଙ୍କର ଭୟଙ୍କର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ମହିମାଙ୍କ ମୁହଁରେ ୬୦ରୁ ଅଧିକ କ‌ାଚଖଣ୍ଡ ପଶିଯାଇଥିଲା। କିଛି ବର୍ଷ ବିଶ୍ରାମ କରି ମହିମା ବଲିଉଡ୍‌କୁ ଫେରିଥିଲେ ସତ, କିନ୍ତୁ ପୂର୍ବଭଳି ଭଲପାଇବା ତାଙ୍କୁ ମିଳି ନଥିଲା। ଫିଲ୍ମ ମିଳିବା ବନ୍ଦ ହେବାରୁ ସେ ଅଭିନୟରୁ ନିଜକୁ ଦୂରେଇ ରଖିବା ଆରମ୍ଭ କଲେ। ତେବେ ବେଶ୍‌ କିଛି ବର୍ଷର ବ୍ୟବଧାନ ପରେ ଏବେ ମହିମା ଫିଲ୍ମ ‘ଏମର୍ଜେନ୍‌ସି’ରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe