ପୁଲଓ୍ଵାମା ଆକ୍ରମଣରୁ ସର୍ଜିକାଲ ଷ୍ଟ୍ରାଇକ୍‌-୨ ପର୍ଯ୍ୟନ୍ତ ଘଟିଥିବା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତ ନିର୍ମାତା, ନାମକୁ ନେଇ ନିର୍ମାତାଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା

ପୁଲଓ୍ଵାମା ଆକ୍ରମଣରୁ ସର୍ଜିକାଲ ଷ୍ଟ୍ରାଇକ୍‌-୨ ପର୍ଯ୍ୟନ୍ତ ଘଟିଥିବା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତ ନିର୍ମାତା, ନାମକୁ ନେଇ ନିର୍ମାତାଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା

Livemint

ମୁମ୍ବାଇ : ଫେବ୍ରୁଆରି ୧୪ରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପୁଲଓ୍ଵାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିଥିଲା । ଯେଉଁଥିରେ ଭାରତର ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଏହି ଆକ୍ରମଣର କଡ଼ା ଜବାବ ପାକିସ୍ତାନକୁ ଦେବା ପାଇଁ ଭାରତ ସରକାର ଏବଂ ଭାରତୀୟ ବାୟୁସେନା ଏକ ଐତିହାସିକ ପଦକ୍ଷେପ ନେଇ ୩୦୦ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଏହି ଘଟଣାକୁ ନେଇ ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ମୁମ୍ବାଇରେ ଫିଲ୍ମ ନିର୍ମାତାମାନେ ଫିଲ୍ମର ନାଁ ବାଛିବାରେ ବ୍ୟସ୍ତ ଥିବା ଜଣାପଡ଼ିଛି । କାହାଣୀ ହାତରେ ଥିବା ବେଳେ ଫିଲ୍ମର ନାଁ କ’ଣ ରଖାଯିବ, ସେ ନେଇ ଏବେ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।

publive-image indiatvnews.com

ସୂଚନା ମୁତାବକ, ଉରୀରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ଏବେ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ଫିଲ୍ମ ନିର୍ମାଣ କରିବା କଥା ଚିନ୍ତା କରୁଛନ୍ତି ଫିଲ୍ମ ନିର୍ମାତା । ପାଖାପାଖି ୫ଟି ପ୍ରାଯୋଜନା ସଂସ୍ଥାର ପ୍ରତିନିଧି ଫିଲ୍ମର ଟାଇଟଲକୁ ଆରକ୍ଷିତ ରଖିବା ପାଇଁ ଇଣ୍ଡିଆନ୍‌ ମୋସନ ପିକ୍‌ଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍‌ରେ ପହଞ୍ଚିଥିବା ଜଣାପଡ଼ିଛି । ସେଠାରେ ପହଞ୍ଚି ନିର୍ମାତାମାନେ ଫିଲ୍ମର ନାଁ ‘ପୁଲଓ୍ଵାମା : ଦ ଟେରର ଆଟାକ୍‌’, ‘ପୁଲଓ୍ଵାମା ଆଟାକ୍‌ ଟୁ ସର୍ଜିକାଲ ଷ୍ଟ୍ରାଇକ୍‌ ୨.୦’, ‘ସର୍ଜିକାଲ ଷ୍ଟ୍ରାଇକ୍‌ ୨.୦ ଆଣ୍ଡ ବାଲାକୋଟ୍‌’ ଭଳି କିଛି ଟାଇଟଲ ନିର୍ମାତାମାନେ ରଖି ସାରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଫିଲ୍ମ ଟାଇଟଲ କ’ଣ ରଖାଯିବ, ତାହା ଠିକ୍‌ କରାଯାଇ ପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe