ଟିକ୍‌ଟକ୍‌ରେ ଅଧିକାରିକ ଭାବେ ପ୍ରଚାରିତ ହେଉଥିବା ପ୍ରଥମ ଓଡ଼ିଆ ସିନେମା ‘ମାଲ ମହୁ ଜୀବନ ମାଟି’

ଟିକ୍‌ଟକ୍‌ରେ ଅଧିକାରିକ ଭାବେ ପ୍ରଚାରିତ ହେଉଥିବା ପ୍ରଥମ ଓଡ଼ିଆ ସିନେମା ‘ମାଲ ମହୁ ଜୀବନ ମାଟି’

ଭୁବନେଶ୍ୱର: ୨୦୧୯ ନଭେମ୍ବର ୮ରେ ‘ଆମର ଷ୍ଟୁଡିଓ’ର ‘ମାଲ ମହୁ ଜୀବନ ମାଟି’ ରିଲିଜ ହୋଇଛି । ‘ମାଲମହୁ ଜୀବନ ମାଟି’ ସଫଳତାର ସହ ପ୍ରେକ୍ଷାଳୟରେ ଚାଲିଥିବା ବେଳେ ଏହା ପ୍ରଥମ ଓଡ଼ିଆ ସିନେମା ଭାବେ ଟିକ୍‌ଟକ୍‌ ଇଣ୍ଡିଆରେ ଅଧିକାରିକ ଭାବେ ପ୍ରଚାରିତ ହେଉଛି।

ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସମାନ୍ତରାଏଙ୍କ ସହିତ ସମଗ୍ର ଦେଶ ୧୨ଲୋକପ୍ରିୟ ଟିକ୍‌ଟକ୍‌ ଷ୍ଟାର ଏହି ସିନେମା ଗୀତରେ ନୃତ୍ୟ କରିଛନ୍ତି। ଯାହାର ଭିଡିଓ ତାଙ୍କ ଅଧିକାରୀକ ଟିକ୍‌ଟକ୍‌ ଚ୍ୟାନେଲ୍‌ରେ ଦେଖିବାକୁ ମିଳୁଛି। ଅଭିନେତା ସବ୍ୟସାଚୀ ମିଶ୍ର ଟିକ୍‌ଟକ୍‌ ଇଣ୍ଡିଆର ଅଧିକାରୀକ ଚାନେଲ୍‌ରେ ସିନେମା ବିଷୟରେ କହୁଥିବା ବି ଦେଖିବାକୁ ମିଳୁଛି।

ସିନେମାର ଅଭିନେତା ସବ୍ୟସାଚୀ ମିଶ୍ରଙ୍କ କହିବାନୁସାରେ, ଦର୍ଶକଙ୍କ ପ୍ରତିକ୍ରିୟା ଓ ସିନେମା ପ୍ରତି ସେମାନଙ୍କ ଭଲ ପାଇବା ଆତ୍ମସନ୍ତୁଷ୍ଟି ଦେଇଛି। ବର୍ଷକର ପରିଶ୍ରମର ଫଳ ମିଳିଛି। ‘ଆମର ମ୍ୟୁଜିକ’ ସିନେମାର  ପ୍ରଚାର ପ୍ରସାର ପାଇଁ ପ୍ରାଥମିକତା ଦେଉଥିବାରୁ ପୂରା ଟିମ୍‌କୁ ଧନ୍ୟବାଦ ଦେଉଛି। ଓଲିଉଡରେ ଏହାର ବହୁତ ଆବଶ୍ୟକତା ରହିଛି ।

ସିନେମା ଜରିଆରେ ଦର୍ଶକ ଆମ ସମସ୍ତଙ୍କୁ ଯେଉଁ ଭଲ ପାଇବା ଦେଇଛନ୍ତି ଓ ସମର୍ଥନ କରିଛନ୍ତି ସେଥିପାଇଁ ସେମାନଙ୍କୁ ଅଶେଷ ଧନ୍ୟବାଦ। ଟିକ୍‌ଟକ୍‌ ଭଳି ମଞ୍ଚ ଜରିଆରେ ବ୍ୟାପକ ଦର୍ଶକ ପାଖରେ ପହଞ୍ଚି ପାରିବା ଓଡ଼ିଶା ସିନେମା ବ୍ୟବସାୟ ପାଇଁ ଏକ ସନ୍ତୁଷ୍ଟିର କଥା। ଓଲିଉଡ ସିନେମାର କିପରି ପ୍ରଚାର ଓ ପ୍ରସାର ହୋଇପାରବ ସେଥିପାଇଁ ଏହା ତ ଆରମ୍ଭ ମାତ୍ର ବୋଲି ମାଲ ମହୁ ଜୀବନ ମାଟିର କାର୍ଯ୍ୟକାରୀ ନିର୍ମାତା ସୁରଜ ମହନ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe