ଇଏ ଦାମୀ ପୋଷାକ ପିନ୍ଧିପାରିବେ… କାରଣ

Advertisment

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ମଲାଇକା ଅରୋରା। ତାଙ୍କ ବିବାହ, ଛାଡ଼ପତ୍ର ଓ ଛାଡ଼ପତ୍ର ପରେ ପ୍ରେମକୁ ନେଇ ତାଙ୍କୁ ଚର୍ଚ୍ଚା କରି ଚାଲିଥାନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ।

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ମଲାଇକା ଅରୋରା। ତାଙ୍କ ବିବାହ, ଛାଡ଼ପତ୍ର ଓ ଛାଡ଼ପତ୍ର ପରେ ପ୍ରେମକୁ ନେଇ ତାଙ୍କୁ ଚର୍ଚ୍ଚା କରି ଚାଲିଥାନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ।

 The Showbiz Shine

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ମଲାଇକା ଅରୋରା। ତାଙ୍କ ବିବାହ, ଛାଡ଼ପତ୍ର ଓ ଛାଡ଼ପତ୍ର ପରେ ପ୍ରେମକୁ ନେଇ ତାଙ୍କୁ ଚର୍ଚ୍ଚା କରି ଚାଲିଥାନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ। ତେବେ ତାଙ୍କ ସଂପର୍କରେ ପ୍ରକାଶ ପାଇଥିବା ଏକ ମନ୍ତବ୍ୟକୁ ନେଇ ମଲାଇକା ଚକିତ ହୋଇ ଯାଇଥିବା କଥା ନିଜେ କହିଛନ୍ତି।

ମଲାଇକା ୧୯୯୮ ମସିହାରେ ଅଭିନେତା ଅରବାଜ ଖାନ୍ଙ୍କୁ ବିବାହ କରିଥିଲେ। ତା’ପରେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ପରସ୍ପରଠାରୁ ୨୦୧୭ ମସିହାରେ ଛାଡ଼ପତ୍ର ନେଇଥିଲେ। ତେବେ ସେ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ସେମାନଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

ମଲାଇକାଙ୍କର ଏକ ପୋଷାକ ଉପରେ ଜଣେ ସୋସିଆଲ୍ ମିଡିଆ ବ୍ୟବହାକାରୀ ଏକ ମନ୍ତ୍ୟବ ଦେଇଥିଲେ। ଯାହାକୁ ଦେଖିବା ପରେ ମଲାଇକା ନିଜେ ସ୍ବୀକାର କରିଛନ୍ତି କି ସେ ଚକିତ ହୋଇ ଯାଇଥିଲେ। ବ୍ୟବହାକାରୀ ଜଣକ ଲେଖିଥିଲେ, ‘‘ସେ ଦାମୀ ପୋଷାକ ପିନ୍ଧିପାରିବେ। କାରଣ ସେ ଭରଷପୋଷଣ ବାବଦରେ ମୋଟା ଅଙ୍କାର ଅର୍ଥ ଗ୍ରହଣ କରିଛନ୍ତି।’’

ସୂତ୍ରରୁ ପ୍ରକାଶ ଯେ ମଲାଇକା ତାଙ୍କ ପୂର୍ବତନ ସ୍ବାମୀ ଅରବାଜଙ୍କଠାରୁ ଭରଷପୋଷଣ ପାଇଁ ୧୦-୧୫ କୋଟି ମଧ୍ୟରେ ଟଙ୍କା ଗ୍ରହଣ କରିଥିଲେ। ଏହା ସହିତ ମଲାଇକାଙ୍କୁ ତାଙ୍କ ପୁଅର ହେପାଜତ ମଧ୍ୟ ମିଳିଥିଲା। ପିଙ୍କ୍ଭିଲାକୁ ଦେଇଥିବା ଏକ ସାକ୍ଷାତ୍କାରରେ ମଲାଇକା ଏନେଇ ଆଲୋଚନା କରୁଥିବାର ଶୁଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe