ଅର୍ଜୁନ କପୁରଙ୍କ ଜନ୍ମଦିନରେ ଏଭଳି ପୋଷ୍ଟ ଏବଂ ଫଟୋ ସେଆର୍ କଲେ ମଲ୍ଲାଇକା ଅରୋରା, ଯାହାକୁ ମିଳିଲା ମାତ୍ର ୯ ଘଣ୍ଟାରେ ୫ ଲକ୍ଷରୁ ବି ଅଧିକ ଭ୍ୟୁ

Advertisment
କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡ ଅଭିନେତା ଅର୍ଜୁନ କପୁର

photo-amarujala

ମୁମ୍ବାଇ: ଗତକାଲି ଥିଲା ବଲିଉଡର ଲୋକପ୍ରିୟ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ପ୍ରେମିକା କୁହାଯାଉଥିବା ଆଇଟମ୍‌ ଡ୍ୟାନ୍‌ସର ମଲ୍ଲାଇକା ଅରୋରା ଅର୍ଜୁନ କପୁରଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଏକ ପୋଷ୍ଟ ସେଆର୍ କରିଥିଲେ ଯାହାକୁ ମାତ୍ର ୯ ଘଣ୍ଟା ଭିତରେ ପ୍ରାୟ ୫ ଲକ୍ଷରୁ ବି ଅଧିକ ଭ୍ୟୁ ମିଳି ସାରିଛି।

ଏଥିରେ ମଲ୍ଲାଇକା ଅରୋରା ଲେଖିଛନ୍ତି,‘ ହାପି ବାର୍ଥ ଡେ ମୋର କ୍ରେଜି, ଫନି ଏବଂ ଆମେଜିଂ ଅର୍ଜୁନ କପୁର।ସର୍ବଦା ପ୍ରେମ ଏବଂ ଖୁସି ।’ ଏହି ପୋଷ୍ଟରେ ସେ ଖୋଲାଖୋଲିଭାବେ ନିଜ ପ୍ରେମର ପ୍ରକାଶ କରି ନଥିଲେ ବି ସେଥିରେ ଯେଉଁ ଫଟୋ ଦେଇଛନ୍ତି ତାହା ଅନେକ କଥା କହୁଛି।

publive-image photo-indiatoday

ଏହି ଫଟୋରେ ସେ ଲଜେଇ ଯାଇ ଅର୍ଜୁନ କପୁରଙ୍କ ହାତ ଧରି ପଛରେ ଠିଆ ହୋଇଛନ୍ତି। ଏଠାରେ ସୂଚନାଯାଗ୍ୟ ଯେ ୨୦୧୭ରେ ମଲ୍ଲାଇକା ଅରୋରା ଓ ଅରବାଜ ଖାନ୍‌ଙ୍କର ଛାଡ଼ପତ୍ର ହୋଇଥିଲା। ତା’ ଆଗରୁ ଅଭିନେତା ଅର୍ଜୁନ କପୁରଙ୍କ ସହ ମଲ୍ଲାଇକା ଅରୋରାଙ୍କର ଆଫେଆରକୁ ନେଇ ଚର୍ଚ୍ଚା ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe