୬ମହଲା ବିଲ୍ଡିଂ ଉପରୁ ଡେଇଁ ଜୀବନ ହାରିଲେ ମଲାଇକାଙ୍କ ବାପା

Advertisment

୬ମହଲା ଉପରୁ ଡେଇଁ ଜୀବନ ହାରିଲେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା କୁହାଯାଉଛି। ତେବେ ଜୀବନ ହାରିବା ପଛର କାରଣ କ’ଣ ତାହା ସାମ୍ନାକୁ ଆସିନାହିଁ।

Updated On

୬ମହଲା ଉପରୁ ଡେଇଁ ଜୀବନ ହାରିଲେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା କୁହାଯାଉଛି। ତେବେ ଜୀବନ ହାରିବା ପଛର କାରଣ କ’ଣ ତାହା ସାମ୍ନାକୁ ଆସିନାହିଁ।

ଅଦ୍ୟତନ ହୋଇଛି
RTR

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ଜୀବନ ହାରିଦେଲେ ତାଙ୍କ ବାପା ଅନିଲ ଆରୋରା। ଆଜି ସକାଳ ୯ଟାରେ ଅଭିନେତ୍ରୀଙ୍କ ବାପା ନିଜ ଘର ବାଲକୋନୀରୁ ଡେଇଁ ଜୀବନ ହାରିଥିବା ଜଣାଯାଇଛି। ଘରଟି ବାନ୍ଦ୍ରାରେ ଥିବା ବେ‌ଳେ ତାଙ୍କ ବାପା ୬ମହଲା ଉପରୁ ତଳକୁ ଡେଇଁଥିଲେ ବୋଲି ସାମ୍ନାକୁ ଆସିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେ‌ଳେ ସେ ଦୀର୍ଘ ଦିନ ହେଲାଣି ଅସୁସ୍ଥ ଥିଲେ ବୋଲି କୁହାଯାଉଛି। 

ଏହି ଖବର ପରେ ପୁଣେରେ ଥିବା ମଲାଇକା ଆରୋରା ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ପିତାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି। ଏହି ଖବର ଆସିବା ମାତ୍ରେ ମଲାଇକା ଆରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ଅଭିନେତ୍ରୀଙ୍କ ଘରେ ପହଞ୍ଚିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ କହିଛି ଏବଂ ତଦନ୍ତ ଜାରି ରଖିଛି। ବାନ୍ଦ୍ରା ପୁଲିସ ଏବଂ କ୍ରାଇମ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ପାଇ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe