ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼ । ତାଙ୍କ ବାପା ଅନିଲ ମେହେତା ଜୀବନ ହାରିବା ପରେ ପୂରା ଆରୋରା ପରିବାରକୁ ଶକ୍ତ ଧକ୍କା ଲାଗିଛି । ଅନିଲ କାହିଁକି ଏଭଳି ପଦକ୍ଷେପ ନେଲେ ସେ ପ୍ରଶ୍ନ ଏବେ ପରିବାର ଲୋକଙ୍କ ମନରେ । ସୁଇସାଇଡ ନୋଟ ମିଳିନଥିବାରୁ ଏବେ ଆତ୍ମହତ୍ୟାର କାରଣ ଖୋଜୁଛି ପୁଲିସ । ପ୍ରଥମେ କୁହାଯାଉଥିଲା ଯେ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ଅନିଲ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି । ହେଲେ ତାଙ୍କ ପୂର୍ବ ପତ୍ନୀ ତଥା ମଲାଇକାଙ୍କ ମା’ ଜୋଏସ ଏହା ଆତ୍ମହତ୍ୟାର କାରଣ ନହୋଇପାରେ ବୋଲି କହିଛନ୍ତି।

Advertisment

ତେବେ ଏ ମଧ୍ୟରେ ଆଉ ଏକ କଥାକୁ ନେଇ ଚର୍ଚ୍ଚା ଚାଲିଛି। ଅନିଲଙ୍କ ମୃତ୍ୟୁ ଖବର ପାଇ ପୂରା ଖାନ୍ ପରିବାର ଆସିଥିବା ବେଳେ ସଲମାନଙ୍କୁ ଦେଖିବାକୁ ମିଳିନଥିଲା । ଏମିତି କି ମଲାଇକାଙ୍କ ପୂର୍ବ ସ୍ବାମୀ ଅରବାଜ ଓ ତାଙ୍କ ପତ୍ନୀ ଶୁରା ଖାନ୍ ବି ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ । ହେଲେ ସଲମାନ କାହିଁକି ଆସିଲେନି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

କୁହାଯାଉଛି ଯେ, ସଲମାନ ନିଜର ଆଗାମୀ ଫିଲ୍ମ 'ସିକନ୍ଦର'ର ସୁଟିଂ ପାଇଁ ବିଦେଶରେ ଅଛନ୍ତି । ସୁଟିଂ ପାଇଁ ସ ଏବେ ବିଦେଶ ଯାଇଥିବାରୁ ଫେରିପାରିନଥିବା କୁହାଯାଉଛି। ତେବେ ସେ ଉପସ୍ଥିତ ନରହିବାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ଏ ଖବର ପଢ଼ନ୍ତୁ-https://sambad.in/crime/trainee-army-officers-and-their-female-friend-attacked-in-indore-army-area-7062783

ଏ ଖବର ପଢ଼ନ୍ତୁ-https://sambad.in/entertainment/mother-joyce-records-statement-reveals-what-exactly-happened-7062710