ବାପା ଜୀବନ ହାରିବା ପରେ ସାମ୍ନାକୁ ଆସିଲା ମଲାଇକାଙ୍କ ପ୍ରଥମ ଭିଡିଓ

ବାପା ଜୀବନ ହାରିବା ପରେ ସାମ୍ନାକୁ ଆସିଲା ମଲାଇକାଙ୍କ ପ୍ରଥମ ଭିଡିଓ । ପୁନେରେ ଥିଲେ ମଲାଇକା। ହଠାତ୍ ବାପା ଆତ୍ମହତ୍ୟା କରିଥିବା ଜାଣି ସେ ତୁରନ୍ତ ମୁମ୍ବାଇ ଚାଲିଆସିଥିବା ବେଳେ ଏବେ ତାଙ୍କ ଭିଡିଓ ଭାଇରାଲ ହେଉଛି।

plh

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ଜୀବନ ହାରିଦେଲେ ତାଙ୍କ ବାପା ଅନିଲ ଆରୋରା। ଆଜି ସକାଳ ୯ଟାରେ ଅଭିନେତ୍ରୀଙ୍କ ବାପା ନିଜ ଘର ବାଲକୋନୀରୁ ଡେଇଁ ଜୀବନ ହାରିଥିବା ଜଣାଯାଇଛି। ଘରଟି ବାନ୍ଦ୍ରାରେ ଥିବା ବେ‌ଳେ ତାଙ୍କ ବାପା ୬ମହଲା ଉପରୁ ତଳକୁ ଡେଇଁଥିଲେ ବୋଲି ସାମ୍ନାକୁ ଆସିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେ‌ଳେ ସେ ଦୀର୍ଘ ଦିନ ହେଲାଣି ଅସୁସ୍ଥ ଥିଲେ ବୋଲି କୁହାଯାଉଛି।

ଘଟଣା ଘଟିବା ସମୟରେ ମଲାଇକା ପୁନେରେ ଥିଲେ। ଏବେ ସେ ମୁମ୍ବାଇରେ ପହଞ୍ଚିଥିବା ବେଳେ ତାଙ୍କର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଇଛି ଯେ, ମଲାଇକା ନାଇଟ୍ ସୁଟ୍ ପିନ୍ଧିଛନ୍ତି ଓ ମୁହଁରେ ମାସ୍କ ଲଗାଇଛନ୍ତି। କାରରୁ ବାହାରି ଘର ଭିତରକୁ ଯିବା ପରେ ସେ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି।

ଅନ୍ୟପକ୍ଷରେ ଅନିଲ ଆରୋରାଙ୍କ ମୃତ୍ୟୁ ଖବର ପାଇଁ ମଲାଇକାଙ୍କ ପୂର୍ବ ସ୍ବାମୀ ଅରବାଜ ଓ ତାଙ୍କ ପରିବାର ତାଙ୍କ ଘରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଅରବାଜଙ୍କ ବ୍ୟତୀତ ଅର୍ଜୁନ କପୁର ମଧ୍ୟ ମଲାଇକାଙ୍କ ଘରେ ପହଞ୍ଚିଥିବା ଦେଖାଯାଇଛି। କୁହାଯାଉଥିଲା ଯେ, କିଛି ବର୍ଷ ଡେଟ କରିବା ପରେ ମଲାଇକା ଓ ଅର୍ଜୁନ ବ୍ରେକଅପ କରିଦେଇଛନ୍ତି। ଏହି ଚର୍ଚ୍ଚା ମଧ୍ୟରେ ଅର୍ଜୁନ, ମଲାଇକାଙ୍କ ମନବଳ ବଢ଼ାଇବାକୁ ପହଞ୍ଚିଥିବା ଦେଖାଯାଇଛି।

ଏ ଖବର ପଢ଼ନ୍ତୁ- https://sambad.in/entertainment/wasim-akram-big-statement-virat-kohli-has-already-registered-his-name-in-golden-letters-in-pages-of-history-babar-azam-7060466

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe