ଅର୍ଜୁନଙ୍କ ସହିତ ସମ୍ପର୍କ ତୁଟିଯିବା ପରେ ବିମାନବନ୍ଦରରେ ନଜର ଆସିଲେ ମଲାଇକା

Advertisment

ଅର୍ଜୁନଙ୍କ ସହିତ ସମ୍ପର୍କ ତୁଟିଯିବା ପରେ ଏଭଳି ପୋଷ୍ଟ ସେୟାର କରି ବିମାନବନ୍ଦରରେ ନଜର ଆସିଲେ ମଲାଇକା। ଅଭିନେତ୍ରୀଙ୍କୁ ଖୁସି ଦେଖି ଫ୍ୟାନ୍ସ ବି ହୋଇଯାଇଛନ୍ତି ଖୁସି।

ଅର୍ଜୁନଙ୍କ ସହିତ ସମ୍ପର୍କ ତୁଟିଯିବା ପରେ ଏଭଳି ପୋଷ୍ଟ ସେୟାର କରି ବିମାନବନ୍ଦରରେ ନଜର ଆସିଲେ ମଲାଇକା। ଅଭିନେତ୍ରୀଙ୍କୁ ଖୁସି ଦେଖି ଫ୍ୟାନ୍ସ ବି ହୋଇଯାଇଛନ୍ତି ଖୁସି।

wq


ମୁମ୍ବାଇ: ଅଭିନେତ୍ରୀ ମଲାଇକା ଅରୋଡା ଓ ଅର୍ଜୁନ କପୁରଙ୍କ ପ୍ରେମ ସମ୍ପର୍କ ଅନେକଦିନ ହେବ ଚର୍ଚ୍ଚାରେ ରହିଛି। ଦୁହିଁଙ୍କୁ ଉଭୟଉଭୟଙ୍କ ସୁଖ ଓ ଦୁଃଖରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ମଲାଇକା ଓ ଅର୍ଜୁନଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନେକଥର ଟ୍ରୋଲ ବି କରାଯାଇଛି। 

୨୦୧୯ରେ ମଲାଇକା ଓ ଅର୍ଜୁନ ଉଭୟ ନିଜ ସମ୍ପର୍କକୁ ସ୍ବୀକାର କରିଥିଲେ। କିଛିଦିନ ହେବ ମଲାଇକା ଓ ଅର୍ଜୁନଙ୍କ ସମ୍ପର୍କ ତୁଟି ଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ ଅର୍ଜୁନ ନିଜେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସମାନଙ୍କ ଦ୍ବନ୍ଦ୍ବ ଦୂର କରି ଦେଇଛନ୍ତି। ଅର୍ଜୁନ ପୋଷ୍ଟ ସେୟାର କରି ଲେଖିଥିଲେ, ‘ଆଇ ଆମ ସିଙ୍ଗଲ’। 

ଏହି ପୋଷ୍ଟ ପରେ ମଲାଇକା ବି ଏକ ପୋଷ୍ଟ ସେୟାର କରିଛନ୍ତି।  ଯେଉଁଥିରେ ସେ ଲେଖିଛନ୍ତି, ‘ନିଜର ଖୁସିକୁ ନିଜ ଯାତ୍ରାରେ ରଖ। କାହାର ଦୂର ହୋଇଯିବା ଲକ୍ଷ୍ୟରେ ନୁହେଁ।’ 

ଅର୍ଜୁନ କପୁର ସିନେମା୍ ‘ସଙ୍ଘମ ୩’ ସହିତ ଜଡ଼ିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ସିଙ୍ଗଲ ଥିବା କହି ଫ୍ୟାନ୍ସଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛିନ୍ତି। ଅର୍ଜୁନଙ୍କ ଏହି ଘୋଷଣାର କିଛିଦିନ ପରେ ମଲାଇକା ଅରୋଡାଙ୍କୁ ବିମାନବନ୍ଦରରେ  ଦେଖିବାକୁ ମିଳଛି। ବିମାନବନ୍ଦରରେ ମଲାଇକାଙ୍କ ଚେହେରାରେ ଖୁସି ଅଛି ଅର୍ଜୁନଙ୍କ ସହିତ ବ୍ରେକଅପକୁ ନେଇ କୌଣସି ଦୁଃଖ ନଥିବା ଦେଖି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି।

ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯାହା ହେଉ ମଲାଇକା ନିଜକୁ ସମ୍ଭାଳି ନେଇଛନ୍ତି। ବ୍ରେକଅପର ପ୍ରଭାବ ତାଙ୍କ ଉପରେ ପଡ଼ିନାହିଁ। ସେ ନିଜ ଜୀବନକୁ ନେଇ ବେଶ ଖୁସି ଅଛନ୍ତି।

ଅଧିକପଢ଼ନ୍ତୁ:ପେଟ୍ରୋଲ ପମ୍ପ ପରିସରରେ ପ୍ରେମିକାଙ୍କୁ ନିସ୍ତୁକ ପିଟିଲେ ପ୍ରେମିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe