ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏଭଳି ବୋଲ୍ଡ ଜବାବ ଦେଲେ ମଲ୍ଲାଇକା ଯେ ଭଉଣୀ ବି ଲାଜେଇ ଗଲେ

Advertisment
ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏଭଳି ବୋଲ୍ଡ ଜବାବ ଦେଲେ ମଲ୍ଲାଇକା ଯେ ଭଉଣୀ ବି ଲାଜେଇ ଗଲେ

ମୁମ୍ବାଇ: ନିଜର ବୋଲ୍ଡ ଷ୍ଟାଇଲିସ୍‌ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ମଲାଇକା ଅରୋଡା ନିକଟରେ ଏକ ବୋଲ୍ଡ ବୟାନ୍‌ ଦେଇଛନ୍ତି। ଟିଭି ସୋ’ର ଏକ ସାକ୍ଷାତକାରେ ମଲାଇକା ଓ ତାଙ୍କ ଭଉଣୀ ଅମ୍ରିତା ନୁହେଁ ଆସିଥିଲେ। ସାକ୍ଷାତକାର ଚାଲିଥିବା ସମୟରେ ମଲାଇକା ଏଭଳି ବୟାନ ଦେଇଥିଲେ କି ତାଙ୍କ ପାଖରେ ବସିଥିବା ଭଉଣୀ ଓ ଉପସ୍ଥାପିକା ବି ଲାଜେଇ ଯାଇଥିଲେ।

publive-image

ତେବେ ଆଶ୍ଚର୍ଯ୍ୟ କଥା ହେଉଛି ମଲାଇକା ନିଜର ବ୍ୟକ୍ତିଗତ ଜୀବନ ସହିତ ଭଉଣୀ ଅମ୍ରିତା ଙ୍କ ବି ବ୍ୟକ୍ତିଗତ ଜୀବନକୁ ନେଇ ବୋଲ୍ଡ ବୟାନ ଦେଇଥିଲେ। ମଲାଇକା କହିଥିଲେ ତାଙ୍କୁ ଗେମ୍‌ ନାଇଟ, ଦାଢ଼ି ଥିବା ଓ ମଜାଳିଆ ବ୍ୟକ୍ତି ଖୁବ୍‌ ପସନ୍ଦ। ଅମ୍ରିତାଙ୍କୁ ଯେତେବେଳେ ଉପସ୍ଥାନିକା ପଚାରିଥିଲେ ଶେଷଥର ପାଇଁ ତୁମେ କେବେ ଏକା ଥିଲା। ତେବେ ଏହାର ଉତ୍ତରରେ ମଲାଇକା କହିଥିଲେ ଭଉଣୀ ଅମ୍ରିତା ତାର ଜୀବନରେ କେବେହେଲେ ସିଙ୍ଗଲ ରହି ନାହିଁ।

publive-image

ତେବେ ଉପସ୍ଥାପିକା ଦୁଇ ଭଉଣୀକୁ ଆଉ ଏକ ପ୍ରଶ୍ନ ପଚାରିଥିଲେ କି ଦୁହିଁଙ୍କ ମଧ୍ୟରୁ ରେଡି ହେବାରେ କିଏ ଅଧିକ ସମୟ ନେଇ ଥାଆନ୍ତି। ମଲାଇକା ତାଙ୍କ ଭଉଣୀ ଅଧିକ ସମୟ ନିଅନ୍ତି ବୋଲି କହିଥିଲେ। କିନ୍ତୁ ଏହି ପ୍ରଶ୍ନର ଉତ୍ତରରେ ଅମ୍ରିତା କହିଥିଲେ ଆମକୁ ପୂର୍ବରୁ ହିଁ ଜଣା ଥାଏ କି କେଉଁ ପୋଷାକ ପିନ୍ଧି କିପରି ସଜାଇ ହୋଇ ଯିବାର ଅଛି । ତେଣୁ ପ୍ରସ୍ତୁତ ହେବାର ବେଶି ସମୟ ଲାଗେ ନାହିଁ । ଭଉଣୀ ମଲାଇକା କହିଥିବା କଥା ମିଛ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe