www.aajtak.in
ମୁମ୍ବାଇ: ବଲିଉଡର ଚାର୍ମିଂ ଦିବା ମଲାଇକା ଆରୋରା ନିଜର ଫିଟ୍ନେସ୍ ଓ ଷ୍ଟାଇଲ୍ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ରବିବାର ମଲାଇକା ମିସ୍ ଇଣ୍ଡିଆ ଇଭେଣ୍ଟ୍ରେ ଉପସ୍ଥିତ ରହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଇଭେଣ୍ଟ୍ରେ ମଲାଇକା ଉପସ୍ଥିତ ରହିଥିବା ବେଳେ ସୋସିଆଲ୍ ମିିଡିଆରେ ତାଙ୍କ ଫଟୋ ଓ ଭିଡିଓ ଛାଇ ହୋଇ ରହିଛି।
ମଲାଇକା ଏଥର ସୋସିଆଲ୍ ମିଡିଆରେ ଚର୍ଚ୍ଚା ପାଲଟିବାର ଏକ ବିଶେଷ କାରଣ ରହିଛି। ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣର କାରଣ ତାଙ୍କ ନେକ୍ଲେସ୍ ପାଇଁ ବନିଛନ୍ତି। ସୁପର୍ଷ୍ଟାର୍ ସଲମାନ ଖାନ୍ଙ୍କ ଲକି ବ୍ରେସ୍ଲେଟ୍ ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ। ତେବେ ସେହି ବ୍ରେସ୍ଲେଟ୍ ଡିଜାଇନ୍ର ନେକ୍ଲେସ୍ ପିନ୍ଧି ମିସ୍ ଇଣ୍ଡିଆ ଇଭେଣ୍ଟ୍କୁ ଯାଇଥିଲେ ମଲାଇକା।
ମଲାଇାଙ୍କର ଏହି ବ୍ରେସ୍ଲେଟ୍କୁ ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ କମେଣ୍ଟ୍ ସବୁ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସଲ୍ମାନ ଖାନ୍ଙ୍କ ବ୍ରେସ୍ଲେଟ୍ ୟାଙ୍କ ବେକରେ କ’ଣ କରୁଛି? ଲାଗୁଛି ଭୁଲ୍ରେ ପିନ୍ଧି ଦେଇଛନ୍ତି।’
ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସଲ୍ମାନଙ୍କ ବ୍ରେସ୍ଲେଟ୍କୁ ବେକରେ ପିନ୍ଧି ଦେଇଛନ୍ତି।’
ତେବେ ମଲାଇକା କେବଳ ନିଜ ନେକ୍ଲେସ୍ ନୁହେଁ, ବରଂ ନିଜର ପତଳା ପୋଷାକକୁ ନେଇ ମଧ୍ୟ ଟ୍ରୋଲ୍ ହୋଇଛନ୍ତି। ଇଭେଣ୍ଟ୍କୁ ସେ ଏକ ଟ୍ରାନ୍ସପରାଣ୍ଟ୍(ଜାଲି) ଡ୍ରେସ୍ ପିନ୍ଧିଥିବାରୁ ଅନେକ ବ୍ୟବହାରକାରୀ ତାଙ୍କୁ ସମାଲୋଚନା କରିବା ସହ କେହି କେହି ନିନ୍ଦା ବି କରିଛନ୍ତି।
Follow Us