ଏବେ ସକ୍ରିୟ ହେଲେଣି ଓଲିଉଡର ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ

Advertisment

ତିନି ବର୍ଷପରେ ପୂଜା ବଜାରକୁ ଫେରୁଛନ୍ତି

ତିନି ବର୍ଷପରେ ପୂଜା ବଜାରକୁ ଫେରୁଛନ୍ତି

ଏବେ ସକ୍ରିୟ ହେଲେଣି ଓଲିଉଡର ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ

ଭୁବନେଶ୍ବର: ଏବେ ଓଲିଉଡରେ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏକଦମ୍ ସକ୍ରିୟ ହୋଇଯାଇଛନ୍ତି । ତାଙ୍କ ସ୍ୱରାରୋପିତ କେତୋଟି ଓଡ଼ିଆ  ସିନେମା ଏବେ ରିଲିଜ୍ ଅପେକ୍ଷାରେ ରହିଛି । ଏହି ଫିଲ୍ମଗୁଡ଼ିକ ମଧ୍ୟରେ  ରହିଛି ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ,ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଓ ସିଦ୍ଧାନ୍ତ,ସ୍ୱରାଜ,ଏଲିନା ଏବଂ ଝିଲିକ୍ ଅଭିନୀତ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’ । ଏହି  ସିନେମା ପୂଜା ବଜାରକୁ ଆସିବ ବୋଲି କୁହାଯାଉଛି ।

ଏହାଛଡ଼ା  ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଅନ୍ୟ ଏକ ଫିଲ୍ମ ହେଲା ‘ବାବୁ ଭାଇଜାନ୍’ । ସନ୍ତୋଷ ନାରାୟଣ ଦାଶଙ୍କ  ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅରିନ୍ଦମ୍ ଓ ଶିବାନୀ ଲିଡ୍ ରୋଲରେ ଅଛନ୍ତି ।

publive-image

ସୂଚନାଯୋଗ୍ୟ ୨୦୧୬ ପୂଜା ବଜାରରେ ରିଲିଜ୍ ହୋଇଥିବା ‘ଛାତି ତଳେ ଡିଂଡଙ୍ଗ’ପରେ ୨୦୧୭ ବା ୨୦୧୮ ପୂଜା ବଜାରରେ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶିତ କୌଣସି ଛବି ମୁକ୍ତିଲାଭ କରି ନଥିଲା।

Image result for tu bhari beautiful photo-youtube

ତା’ପଛକୁ ରହିଛି ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତୁ ଭାରି ବିଉଟିଫୁଲ୍’ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ବି ମଳୟ ମିଶ୍ର । ବିଜୟ କଣ୍ଡୋଇଙ୍କ ପ୍ରଯୋଜିତ ଓ ଅମରେଶ ପତିଙ୍କ ନିର୍ଦ୍ଦେଶିତ ତଥା ବର୍ଷା ପ୍ରିୟଦର୍ଶିନୀ ଓ ଜୟଜିତ୍ ଦାଶଙ୍କ ଅଭିନୀତ ନୂଆ ଓଡ଼ିଆ ସିନେମା “କୁଇନ୍’ରେ ବି ମଳୟ ମିଶ୍ର ସ୍ୱର ସଂଯୋଜନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe