ହୋଟେଲ ରୁମ୍‌କୁ ଯାଇ ବାହାରିଲେନି ଫିଲ୍ମ ସୁଟିଂ ପାଇଁ ଯାଇଥିବା ଅଭିନେତା, ମିଳିଲା ମୃତଦେହ

New Project (19)

ନୂଆଦିଲ୍ଲୀ: ହୋଟେଲ ରୁମ୍‌କୁ ଯାଇ ବାହାରିଲେନି ଫିଲ୍ମ ସୁଟିଂ ପାଇଁ ଯାଇଥିବା ଅଭିନେତା। ପରଦିନ ମିଳିଲା ମୃତଦେହ। ଶୁକ୍ରବାର ସନ୍ଧ୍ୟାରେ କୋଚିର ଛୋଟାନିକ୍କାରାର ଏକ ହୋଟେଲରୁ ମାଲାୟଲମ ଚଳଚ୍ଚିତ୍ର ଅଭିନେତା ତଥା ମିମିକ୍ରି କଳାକାର କଳାଭବନ ନାଭାସ(୫୧)ଙ୍କ ମୃତଦେହ ମିଳିଥିଲା। ଚେକ୍‌ଆଉଟ୍ ପାଇଁ ବାହାରକୁ ନବାହାରିବାରୁ ଭିତରକୁ ଚେକ୍‌ କରିବାକୁ ଯାଇଥିଲେ କର୍ମଚାରୀ। ଭିତରକୁ ଯିବା ପରେ ଅଭିନେତା ଅଚେତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ପିଟିଆଇ ଅନୁଯାୟୀ, ତାଙ୍କୁ ଅଚେତ ଅବସ୍ଥାରେ ହୋଟେଲ କର୍ମଚାରୀମାନେ ପୁଲିସକୁ ସୂଚନା ଦେଇ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ‌ହୋଇଥିବା ସନ୍ଦେହ କରୁଛି ପୁଲିସ।

ଦି ହିନ୍ଦୁ ଅନୁଯାୟୀ, ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ଆଜି କଲାମାସେରିର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯିବ। ଏହା ପରେ ତାଙ୍କ ମୃତଦେହ ପରେ ତାଙ୍କ ପରିବାରକୁ ଦିଆଯିବ। ବର୍ତ୍ତମାନ, କଳାଭବନଙ୍କ ମୃତଦେହ ଛୋଟାନିକ୍କାରାର ଏସଡି ଟାଟା ହସ୍ପିଟାଲରେ ଅଛି।

କୁହାଯାଉଛି ଯେ, କଳାଭବନ ମାଲାୟଲମ ଚଳଚ୍ଚିତ୍ର 'ପ୍ରକାମ୍ବନମର' ସୁଟିଂ ପାଇଁ ହୋଟେଲରେ ରହୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଚେକ୍ ଆଉଟ୍ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସେ ଚେକ୍ ଆଉଟ୍ ପାଇଁ ରିସେପ୍ସନରେ ନପହଞ୍ଚିବାରୁ ତାଙ୍କ ରୁମରେ ପହଞ୍ଚିଥିଲେ କର୍ମଚାରୀ। ପୁଲିସ ଉଲ୍ଲେଖ କରିଛି ଯେ, ତାଙ୍କ ରୁମରେ ହତ୍ୟା ହୋଇଥିବା ନେଇ ସନ୍ଦେହ କଲା ଭଳି କୌଣସି ଜିନିଷ ମିଳିନଥିଲା। ତେବେ ତାଙ୍କ ବିୟୋଗ ଖବର ପାଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଶୋକ ପ୍ରକାଶ କରିଥିବା ଜଣାଯାଇଛି।

କଳାଭବନ ମାଲାୟଲମ ସିନେମାରେ ଜଣେ ମିମିକ୍ରି କଳାକାର, ପ୍ଲେବ୍ୟାକ୍ ଗାୟକ ଏବଂ ଅଭିନେତା ଭାବରେ କାମ କରିଛନ୍ତି। ସେ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ଜଣାଶୁଣା। ୧୯୯୫ ମସିହାରେ 'ଚୈତନ୍ୟମ୍' ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ପ୍ରାୟତଃ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe