ଶୋଇବା ଘରୁ ମିଳିଲା ମଲୟାଲମ ଅଭିନେତ୍ରୀଙ୍କ ମୃତଦେହ

Advertisment
ଶୋଇବା ଘରୁ ମିଳିଲା ମଲୟାଲମ ଅଭିନେତ୍ରୀଙ୍କ ମୃତଦେହ

ତିରୁବନନ୍ତପୁରମ: ଶୋଇବା ଘରୁ ମିଳିଲା ମଲୟାଲମ ଅଭିନେତ୍ରୀଙ୍କ ମୃତଦେହ। ମୃତକଙ୍କ ନାମ ରେଞ୍ଜୁସା ମେନନ(୩୫) ବୋଲି ଜଣାପଡ଼ିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରେଞ୍ଜୁସା ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଜୀବନ ହାରିଥିବା କହିଛି ପୁଲିସ।

ରେଞ୍ଜୁସା ବିଭିନ୍ନ ଫିଲ୍ମ ଓ ଧାରାବାହିକରେ ସହ କଳାକାର ଭାବେ କାମ କରିଥିଲେ। କୁହାଯାଉଛି ‌ଯେ, କିଛି ମାସ ହେଲା ରେଞ୍ଜୁସା ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ନିଜ ବାପା ଓ ମା’ଙ୍କ ସହ ରହୁଥିବା ରେଞ୍ଜୁସାଙ୍କ ପାଖରେ କାମର ଅଭାବ ଥିବାରୁ ସେ ମାନସିକ ଚାପ‌ରେ ରହୁଥିଲେ। ଏହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Malayalam Actor Renjusha Menon, 35, Dies By Suicide In Her Trivandrum Apartment

ତେବେ ରେଞ୍ଜୁସା କରିଥିବା ଫିଲ୍ମଗୁଡ଼ିକ ହେଲା, 'ଅଥଭୁଥା ଦ୍ୱିପୁ', 'ଲିସାମାୟୁଦ ଭେଡୁ', 'କରୟାସ୍ତାନ', 'ସିଟି ଅଫ୍ ଗଡ୍' ଓ 'ମରିକ୍କୁଣ୍ଡୁରୁ କୁଞ୍ଜାଡୁ'। ଏହା ସହ ସେ କରିଥିବା ଧାରାବାହିକ ମଧ୍ୟରେ ରହିଛି, 'ସ୍ତ୍ରୀ', ‘ନିଝାଲାତ୍ତମ୍’, ‘ମାଗାଲୁଦେ ଅମ୍ମା’ ଏବଂ ‘ବାଲାମନି’। ସେ ଅନେକ ଧାରବାହିକରେ ନିର୍ମାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ, ରେଞ୍ଜୁସା ମେନନ୍ ଜଣେ ବୃତ୍ତିଗତ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ମଧ୍ୟ ଥିଲେ।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ପୋଷ୍ଟ କରିଥିଲେ । ଏବେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଶୋକପ୍ରକାଶ କରିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe