ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ ଏମ ମୋହନଙ୍କର ଗତମଙ୍ଗଳବାର ପରଲୋକ ହୋଇଛି।  ଏହ ଖବର ସାମ୍ନାକୁ ଆସିବା ପରେ ସିନେମା ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଛି।

Advertisment

ଏମ ମୋହନ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୭୬ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ନିର୍ଦ୍ଦେଶକଙ୍କ ଦେହାନ୍ତ ମାଲାୟାଲମ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି। ମୋହନଙ୍କ ଅନ୍ତିମ ସଂସ୍କାର ବୁଧବାର ସମ୍ପନ୍ନ ହେବ। 
ନିର୍ଦ୍ଦେଶକଙ୍କ ବ୍ୟକ୍ତିଗତ ଜୀବନ କଥାା କହିବାକୁ ଗଲେ ସେ ତାଙ୍କ ଚଳଚ୍ଚିତ୍ରର ଅଭିନେତ୍ରୀ ଅନୁପମାଙ୍କୁ ବିବାହ କରିଥିଲେ। ଅନୁପମ ଜଣେ ଲୋକପ୍ରିୟ କୁଚିପୁଡି ନୃତ୍ୟଶିଳ୍ପୀ । ଏହି ଦମ୍ପତିଙ୍କର ଦୁଇଟି ପୁଅ ଅଛନ୍ତି।
ଏମ ମୋହନ ତାଙ୍କ କ୍ୟାରିୟରରେ ପ୍ରାୟ ୨୫ଟି ମାଲାୟାଲମ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏବଂ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରାୟ ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ରୋଜଗାର କରି ପାରିଥିଲା। ୧୯୭୮ ମସିହାରେ ଏମ ମୋହନ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ତାଙ୍କ ଚଳଚ୍ଚିତ୍ରରେ ନୂତନ ଭାବେ ସିନେମା ଜଗତକୁ ଆସୁଥିବା ଲୋକଙ୍କୁ ସୁଯୋଗ ଦେଉଥିଲେ । ମୋହନଙ୍କ ସିନେମା କାହାଣୀ ଅତ୍ୟନ୍ତ ନିର୍ମଳ ଥିଲା। ଯାହାକୁ ଆପଣ ଆପଣଙ୍କ ପରିବାର ସହିତ ବସି ଦେଖିପାରିବେ ଓ ସିନେମାର ଭରପୂର ଆନନ୍ଦ ଉଠାଇ ପାରିବେ।

ଅଧିକପଢ଼ନ୍ତୁ ୮ ବର୍ଷ ତଳର ଘଟଣାକୁ ନେଇ ଅଭିନେତାଙ୍କ ବିରୋଧରେ ଯୌନ ନିର୍ଯାତନା