ଭାରତ ପକ୍ଷରୁ ୨୦୨୧ ଓସ୍କାର ପୁରସ୍କାର ପାଇଁ ଆଧିକାରିକ ଭାବେ ଅଂଶଗ୍ରହଣ କଲା ଚଳଚ୍ଚିତ୍ର ‘ଜାଲିକାଟୁ’

Advertisment
ଭାରତ ପକ୍ଷରୁ ୨୦୨୧ ଓସ୍କାର ପୁରସ୍କାର ପାଇଁ ଆଧିକାରିକ ଭାବେ ଅଂଶଗ୍ରହଣ କଲା ଚଳଚ୍ଚିତ୍ର ‘ଜାଲିକାଟୁ’

The News Minute

ମୁମ୍ବାଇ: ମାଲାୟାଲାମ୍ ଚଳଚ୍ଚିତ୍ର ‘ଜାଲିକାଟୁ’ ଭାରତ ପକ୍ଷରୁ ଆଧିକାରିକ ପ୍ରବେଶ ଭାବେ ୨୦୨୧ ଓସ୍କାର ପୁରସ୍କାର ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ । ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୱେଲଙ୍କ ନେତୃତ୍ୱରେ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ଜୁରି ଏହାକୁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗ ପାଇଁ ଓସ୍କାର ପୁରସ୍କାର ସକାଶେ ଚୟନ କରିଥିବା ସୂଚନା ରହିଛି।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଲିଜୋ ଜୋସେ ପେଲିସେରି। ଚଳଚ୍ଚିତ୍ରଟି ଚୈତନ୍ୟ ତାମହାନେଙ୍କ ଭେନିସ୍ ଇଣ୍ଟରନେସ୍‌ନାଲ ଫିଲ୍ମ ଫେଷ୍ଟିଭାଲ୍‌ ପୁରସ୍କାର ଜିତିଥିବା ଚଳଚ୍ଚିତ୍ର ‘ଦ ଡିସାଇପଲ୍‌’, ରୋହେନା ଜେରାଙ୍କ ‘ଲଭ୍‌ ଇଜ୍‌ ଏନ୍‌ଫ’, ‘ସାର୍‌’, ବିଧୁ ବିନୋଦ ଚୋପ୍ରାଙ୍କ ‘ଶିକାରା’, ଦୀପିକା ପାଦୁକୋନଙ୍କ ଅଭିନୀତ ‘ଛପକ’, ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ’, ‘ବୁଲ୍‌ବୁଲ୍‌’ ଏବଂ ‘ସିରିୟସ୍‌ ମେନ୍‌’, ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍ ହୋଇଥିବା ‘ଶକୁନ୍ତଳା ଦେବୀ’, ‘ଚଲାଙ୍ଗ’ ଏବଂ ‘ଗୁଲାବ ସିତାବୋ’କୁ ପଛରେ ପକାଇ ଓସ୍କାର ପୁରସ୍କାର-୨୦୨୧ ପାଇଁ ମନୋନୀତ ହୋଇଛି।

ସିନେ ନିର୍ମାତା ରାୱେଲ କହିଛନ୍ତି କି ଏହି ଚଳଚ୍ଚିତ୍ରଟିକୁ ୧୪ ଜଣ ବିଶିଷ୍ଟ ଏକ ଜୁରି ଚୟନ କରିଛନ୍ତି। ଚଳଚ୍ଚିତ୍ରରେ ମଣିଷର ପ୍ରବୃତ୍ତି ପଶୁମାନଙ୍କଠାରୁ ବି ଖରାପ ବୋଲି ଦର୍ଶାଯାଇଛି । ଚଳଚ୍ଚିତ୍ରଟିର ଅନ୍ୟାନ୍ୟ ଦିଗ ଯେପରିକି ସଂଗୀତ ଓ ‌ଜ୍ଞାନ କୌଶଳ ସମସ୍ତ ଦୃଷ୍ଟିରୁ ଏକ ପୂର୍ଣ୍ଣ ପ୍ୟାକେଜ୍‌ ବୋଲି କୁହାଯାଇପାରେ। କୋଭିଡ୍‌-୧୯ ପରିସ୍ଥିତି ହେତୁ ଚଳଚ୍ଚିତ୍ରଟିକୁ ଭର୍ଚୁଆଲ ପ୍ରକ୍ରିୟାରେ ଚୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe