ଅଭିନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ: ‘ପ୍ରଯୋଜକ ମୋତେ ଅଫିସ୍‌କୁ ଡାକି ପୋଷାକ ଖୋଲିବାକୁ କହିଥିଲେ’

Advertisment
ଅଭିନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ: ‘ପ୍ରଯୋଜକ ମୋତେ  ଅଫିସ୍‌କୁ ଡାକି ପୋଷାକ ଖୋଲିବାକୁ କହିଥିଲେ’

www.jagran.com

ନୂଆଦିଲ୍ଲୀ: ଅଭିନେତ୍ରୀ ମହ୍ଲାର ରାଠୋଡ ଜଣେ ପ୍ରଯୋଜକଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ଆଣି କାଷ୍ଟିଙ୍ଗ କାଉଚର ଶିକାର ହୋଇଥିବା ବୋଲି କହିଛନ୍ତି। ମହ୍ଲାରଙ୍କ କହିବାନୁସାରେ, ‘ଅଭିନୟ କ୍ୟାରିୟର ଆରମ୍ଭ କରିବା ସମୟରେ ଅନେକ ଥର ମୁଁ  ସିନେମା ଦୁନିଆରେ କାଷ୍ଟିଂ କାଉଚର ଶିକାର ହୋଇଛି। ଥରେ ଜଣେ ୬୫ବର୍ଷୀୟ ପ୍ରଯୋଜକ ମୋତେ ତାଙ୍କ କାର୍ଯ୍ୟାଳୟକୁ କାମ ଥିବା କହି ଡାକିଥିଲେ। ମୁଁ ସେଠାରେ ପହଞ୍ଚିବା ପରେ ସେ ମୋତେ ପୋଷାକ (ଟପ୍‌) ଉଠାଇବାକୁ କହିଥିଲେ। କେବଳ ଏତିକି ନୁହେଁ, ଏହା ବି କହିଥିଲେ କି ସେ ତାଙ୍କ ଶରୀରର ଉପର ଅଂଶକୁ ଦେଖିବାକୁ ଚାହାନ୍ତି। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଲେ ଏହା ବି ତୁମ  କାମର ଏକ ଅଂଶ , ତୁମକୁ କରିବାକୁ ପଡ଼ିବ। ପ୍ରଯୋଜକଙ୍କ ଠାରୁ ଏପରି କଥା ଶୁଣି ମୁଁ ପୂରା ଭୟଭୀତ ହୋଇଯାଇଥିଲି। ମୁଁ ସେ ସମୟରେ ଚିନ୍ତା ବି କରିପାରି ନ ଥିଲି କେଉଁଟା ଠିକ୍‌ ଓ କେଉଁଟା ଠିକ୍‌ ନୁହେଁ। ନିଜ ମନକୁ ସେଭଳି ସମୟରେ ଦୃଢ଼ କରି ସେଠାରୁ ତୁରନ୍ତ କାହାକୁ କିଛି ନକହି ଚାଲି ଆସିଥିଲି।’

Image result for malhaar-rathod-over-casting-couch The Star Online

ଗତବର୍ଷ #ମିଠୁ ଅଭିଯାନରେ ଅଭିନେତ୍ରୀମାନେ ନିଜ ସହିତ ଘଟିଥିବା ଘଟଣା ସହିତ ଯେଉଁ ଯେଉଁମାନେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ସେମାନେ ସାମ୍ନାକୁ ଆସିଥିଲେ। ଏହି କ୍ରମରେ ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ବିରୋଧରେ #ମିଠୁ ଅଭିଯୋଗ ଆଣିଥିଲେ। ତନୁଶ୍ରୀ ଦତ୍ତାଙ୍କ ଏହି ଅଭିଯୋଗକୁ ଅନେକ ଅଭିନେତ୍ରୀ ସମର୍ଥନ କରିବା ସହିତ ସେମାନେ ବି ଏହି ଅଭିଯାନରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe