ବୟସକୁ ନେଇ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇ ଅର୍ଜୁନଙ୍କ ସମର୍ଥନରେ ଏପରି କହିଲେ ମଲାଇକା ଆରୋରା...

Advertisment
ବୟସକୁ ନେଇ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇ ଅର୍ଜୁନଙ୍କ ସମର୍ଥନରେ ଏପରି କହିଲେ ମଲାଇକା ଆରୋରା...

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେଲାଣି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ପରସ୍ପରକୁ ଡେଟ୍ କରୁଛନ୍ତି । ଉଭୟ ଅନେକ ସମୟରେ ନିଜର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି । ମଲାଇକା ଏକ ଷ୍ଟାଣ୍ଡଅପ୍ ସୋ’ରେ କମେଡି କରୁଥିବାର ନଜର ଆସିଥିଲେ, ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ । ଯେଉଁମାନେ ଅଭିନେତ୍ରୀ ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ବୟସ ବ୍ୟବଧାନକୁ ଟ୍ରୋଲ କରିଥିଲେ ।

'ମୁଭିଂ ଇନ ୱିଥ ମଲାଇକା'ଙ୍କ ଶେଷ ଏପିସୋଡରେ, ମଲାଇକା ନିଜର ଏବଂ ଅର୍ଜୁନଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ଉଲ୍ଲେଖନୀୟ କଥା ହେଉଛି, ଅର୍ଜୁନ ମଲାଇକାଙ୍କଠାରୁ ୧୨ ବର୍ଷ ସାନ, ଯେଉଁଥିପାଇଁ ଉଭୟ ପ୍ରାୟତଃ ଟ୍ରୋଲ ହୋଇଥାନ୍ତି । ନିଜ ସୋ’ରେ ମଲାଇକା କହିଛନ୍ତି ଯେ, " ମୁଁ କେବଳ ବୟସରେ ବଡ଼ ନୁହେଁ, ବରଂ ମୋ ଠାରୁ ସାନ ବ୍ୟକ୍ତିଙ୍କୁ ମୁଁ ଡେଟ ମଧ୍ୟ କରୁଛି"। ମୁଁ କ'ଣ ତାଙ୍କ ଜୀବନକୁ ନଷ୍ଟ କରୁଛି କି ? ଠିକ୍ କହିଲି ନା ? ମଲାଇକା ଏପରି ପଚାରିବା ସହ କହିଥିଲେ ଯେ, "ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ; ମୁଁ ତାଙ୍କ ଜୀବନକୁ ନଷ୍ଟ କରୁନାହିଁ । ଏହା ନୁହେଁ ଯେ ସେ ସ୍କୁଲ ଯାଉଥିଲେ ଏବଂ ପାଠପଢ଼ିବା ଉପରେ ଧ୍ୟାନ ଦେଇ ପାରିନଥିଲେ ଏବଂ ମୋ ପାଖକୁ ଆସିବାକୁ ତାଙ୍କୁ କହିଥିଲି" ।

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ଯେତେବେଳେ ବି ଆମେ ଏକ ଡେଟରେ ଯାଉଛୁ, ଏହାର ଅର୍ଥ ନୁହେଁ ଯେ ଆମେ ନିଜର କ୍ଲାସ୍ ହରାଉଛୁ । ଏବେ ଅର୍ଜୁନ ବଡ଼ ହୋଇଗଲେଣି ଏବଂ ବହୁତ ଭଲ ମଣିଷ ଅଟନ୍ତି । ଆମେ ଦୁହେଁ ସାବାଳକ, ଆମେ ପରସ୍ପର ଏକାଠି ରହିପାରିବୁ । ଯଦି ଜଣେ ବଡ଼ ପୁଅ ଏକ ସାନ ଝିଅକୁ ଡେଟ୍ କରେ, ତେବେ ସେ ଜଣେ ଖେଳାଳୀ, କିନ୍ତୁ ଯେତେବେଳେ ଏକ ବଡ଼ ଝିଅ ସାନ ପୁଅକୁ ଡେଟ୍ କରେ, ଏହାକୁ କୁଗର୍ (Cougar)କୁହନ୍ତି, ଏହା ଭୁଲ ଅଟେ'।

ମଲାଇକା ଆରୋରାଙ୍କ ନୂଆ ସୋ 'ମୁଭିଂ ଇନ ୱିଥ ମଲାଇକା'କୁ ବହୁତ ପସନ୍ଦ କରାଯାଉଛି । ଡିସ୍ନି ପ୍ଲସ୍ ହଟଷ୍ଟାରରେ ଏହି ସୋ ପ୍ରସାରିତ ହେଉଛି । ନିକଟରେ ତାଙ୍କ ଜୀବନ ବିଷୟରେ ପ୍ରକାଶ କରିବାବେଳେ ଅଭିନେତ୍ରୀ କହିଥିଲେ ଯେ, ଯେତେବେଳେ ତାଙ୍କର ଏକ ଦୁର୍ଘଟଣା ଘଟିଥିଲା, ସେତେବେଳେ ଅରବାଜ ହିଁ ପ୍ରଥମ ବ୍ୟକ୍ତି ଥିଲେ, ଯାହାଙ୍କୁ ସେ ଅସ୍ତ୍ରୋପଚାର ପରେ ଦେଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe