କମଳାଙ୍କ ସହ ପାର୍ଟି କରିଥିଲେ ମଲ୍ଲିକା

Advertisment
କମଳାଙ୍କ ସହ ପାର୍ଟି କରିଥିଲେ ମଲ୍ଲିକା

NDTV.com

ଆପଣ ଜାଣିଛନ୍ତି କି, ଆମେରିକାର ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ ଓ ଅଭିନେତ୍ରୀ ମଲ୍ଲିକା ଶେରାୱତ ଏକାଠି ମିଶି ପାର୍ଟି କରିଥିଲେ। ଉଭୟ ପାର୍ଟି କରୁଥିବାର ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଫଟୋଟି ୨୦୦୯ ମସିହାର ବୋଲି ଜଣାପଡ଼ିଛି।

୨୦୧୧ ମସିହାର ଚଳଚ୍ଚିତ୍ର ‘ପଲିଟିକ୍‌ସ୍‌ ଅଫ୍‌ ଲଭ୍‌’ରେ ମଲ୍ଲିକା, ହାରିସଙ୍କ ଉପରେ ଆଧାରିତ ଏକ ଗଣତାନ୍ତ୍ରିକ ଅଭିଯାନର କର୍ମକର୍ତାର ଚରିତ୍ରରେ ଅଭିନୟ କରିଥିଲେ। ତେବେ ହାରିସଙ୍କୁ ଜାଣିବା ପାଇଁ ତଥା ତାଙ୍କ ଉପରେ ଅଧିକ ଗବେଷଣା ପାଇଁ ୨୦୦୯ରେ ମଲ୍ଲିକା ଆମେରିକାରେ ହାରିସଙ୍କୁ ଭେଟିଥିଲେ।

୨୦୦୯ ଜୁନ୍‌ ୨୩ରେ ମଲ୍ଲିକା କରିଥିବା ଏକ ଟ୍ବିଟ୍‌ ଏବେ ସାମ୍‌ନାକୁ ଆସିଛି, ଯେଉଁଥିରେ ମଲ୍ଲିକା ଲେଖିଥିଲେ, ଏକ କୌତୂହଳପୂର୍ଣ୍ଣ କାର୍ଯ୍ୟକ୍ରମର ମଜା ନେଉଛି। ସେ ପୁଣି ଏମିତି ଜଣେ ମହିଳାଙ୍କ ସହ, ଯିଏ କି ଆଗକୁ ଯାଇ ଆମେରିକାର ରାଷ୍ଟ୍ରପତି ହେବେ ବୋଲି ସମସ୍ତେ କହୁଛନ୍ତି’। ଏଥିସହ ମଲ୍ଲିକା ସେହି ସମୟରେ ଫେସ୍‌ବୁକ୍‌ରେ ହାରିସଙ୍କ ସହ ଏକ ଫଟୋ ପୋଷ୍ଟ୍‌ କରିଥିଲେ। ଏବେ ତାହା ବେଶ୍ ଭାଇରାଲ୍‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe