ବକେୟା ଘରଭଡ଼ା ଦେଇ ନପାରିବାରୁ ପ୍ୟାରିସ୍‌ ଘରୁ ବିଦା ହେଲେ ମଲ୍ଲିକା !

Advertisment
ବକେୟା ଘରଭଡ଼ା ଦେଇ ନପାରିବାରୁ  ପ୍ୟାରିସ୍‌ ଘରୁ ବିଦା ହେଲେ ମଲ୍ଲିକା !

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାଓ୍ଵତ ଘର ଭଡା ଦେଇ ନପାରିବାରୁ ତାଙ୍କୁ ଘରୁ ବାହାର କରି ଦିଆଯାଇଛି ବୋଲି ଖବର ପ୍ରକାଶ ପାଇଛି। ତେବେ ଏହି ଖବରକୁ ଖଣ୍ଡନ କରି ମଲ୍ଲିକା କହିଛନ୍ତି। ସେ କହିଛନ୍ତି, ପ୍ୟାରିସ୍‌ରେ ନା ତାଙ୍କର କୌଣସି ଘର ଥିଲା, ନା କୌଣସି ଭଡ଼ା ଘର। ତେବେ ଏ ପ୍ରସଙ୍ଗଙ୍କୁ ନେଇ ମଲ୍ଲିକା ଏକ ଟୁଇଟ ମଧ୍ୟ କରିଛନ୍ତି।

publive-image

ମଲ୍ଲିକା ଟୁଇଟ କରି କହିଛନ୍ତି, ‘ମୁଁ ପୂର୍ବରୁ କହିସାରିଛି ଓ ଦ୍ୱିତୀୟ ଥର ବି କହି ରଖୁଛି, ମୋର ପ୍ୟାରିସ୍‌ରେ କୌଣସି ଘର ନାହଁ। ତେବେ ଭଡା ଘରର ଟଙ୍କା ପୈଠ ନ କରିବାର ପ୍ରଶ୍ନ ଉଠୁଛି କେଉଁଠି? ମୁଁ ଗତ ୮ମାସ ହେବ ଲସ୍‌ ଏଞ୍ଜେଲସ୍‌ ଓ ଭାରତରେ ରହି ଆସୁଛି। ତେଣୁ ମୁଁ ପ୍ୟାରିସ୍‌ରେ ରହୁ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି। ଦୟା କରି ଏପରି ଭୁଲ ଖବର ଛାପନ୍ତୁ ନାହିଁ।’

publive-image

ସୂଚନାଯୋଗ୍ୟ, ଏକ ଖବର ପ୍ରକାଶ ପାଇଥିଲା କି, ପ୍ୟାରିସ୍‌ର ଏକ ଅଦାଲତ ମଲ୍ଲିକା ଓ ତାଙ୍କ ବୟଫ୍ରେଣ୍ଡ ସିରିଲ ଆକସେନ୍‌ଫେନ୍ସଙ୍କୁ ୫୯,୮୨୬,୩୦ଟଙ୍କା ଅର୍ଥାତ୍‌ ପାଖାପାଖି ୬୦ଲକ୍ଷ ଟଙ୍କା ଘର ଭଡ଼ା ଆକାରରେ ଜମା କରିବାର ଆଦେଶ ଦେଇଥିଲା। ଏହି ଟଙ୍କା ଜମା ନକଲେ ତାଙ୍କୁ ଘର ଖାଲି କରିବାକୁ ମଧ୍ୟ କୁହାଯାଇଥିଲା। କେବଳ ଏତିକି ନୁହେଁ, ଘରର ଆସବାବପତ୍ରକୁ ଜବତ କରିବା ପାଇଁ ବି ଅଦାଲତ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe