ନୂଆଦିଲ୍ଲୀ: ଶୁକ୍ରବାର ସ୍ବାମୀ ନିକ୍ ଜୋନାସ୍ ଓ ଝିଅ ମାଲ୍ତୀ ମ୍ୟାରିଙ୍କ ସହ ସ୍ବଦେଶକୁ ଫେରିଛନ୍ତି ବଲିଉଡ୍ରୁ ହଲିଉଡ୍ ଅଭିନେତ୍ରୀ ସାଜିଥିବା ପ୍ରିୟଙ୍କା ଚୋପ୍ରା। ମାଲ୍ତୀ ମ୍ୟାରିଙ୍କର ଏହା ହେଉଛନ୍ତି ପ୍ରଥମ ଭାରତ ଗସ୍ତ। ଶୁକ୍ରବାର ଅପରାହ୍ନରେ ଅଭିନେତ୍ରୀ ମୁମ୍ବାଇ ବିମାନବନ୍ଦରରେ ସପରିବାର ପହଞ୍ଚି ହସି ହସି ଫଟୋଗ୍ରାଫର୍ଙ୍କୁ ଫଟୋ ପୋଜ୍ ଦେଇଛନ୍ତି। ସ୍ବାମୀ ଓ ଝିଅଙ୍କ ସହ ଫଟୋ ପୋଜ୍ ଦେବା ସହ ହାତ ଯୋଡ଼ି ନମସ୍କାର ବି କରିଛନ୍ତି ପିସି।
ଆପଣ ଜାଣନ୍ତି ଯେ ୨୦୨୨ ମସିହା ଜାନୁଆରେ ନିକ୍ ଓ ପିସି ନିଜର ପ୍ରଥମ ସନ୍ତାନ ମାଲ୍ତୀଙ୍କୁ ସ୍ବାଗତ କରିଥିଲେ। ଗତବର୍ଷ ଏକ ବିବୃତି ଜାରି କରି ନିଜ ଝିଅର ଆଗମନ ବିଷୟରେ କହିବା ସହ ‘ମାଲ୍ତୀ ମ୍ୟାରି’ ସରୋଗେସି ଜରିଆରେ ଜନ୍ମ ହୋଇଛନ୍ତି ବୋଲି ସୂଚନା ଦେଇଥିଲେ। ପରେ ତାଙ୍କ ଝିଅ ସରୋଗେସି ଜରିଆରେ ହୋଇଥିବାରୁ ତାଙ୍କୁ ବହୁ ସମାଲୋଚକଙ୍କୁ ବି ସାମ୍ନା କରିବାକୁ ପଡ଼ିଛି। ଏନେଇ ପ୍ରିୟଙ୍କା ଅତୀତରେ ନିଜର କ୍ଷୋଭ ବି ପ୍ରକାଶ କରି ସାରିଛନ୍ତି।
ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ଏକ ଗ୍ରାଣ୍ଡ ଫ୍ୟାସନ ଇଭେଣ୍ଟରେ ୨୦୧୭ ମସିହାରେ ପରସ୍ପରଙ୍କୁ ଭେଟିଥିଲେ। ସେବେଠାରୁ ସେମାନଙ୍କ ପରିଚୟ ଆରମ୍ଭ ହେବା ସହ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ଓ ପରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ସେମାନେ ନିଜ ସଂପର୍କକୁ ଆଉ ପାଦେ ଆଗକୁ ନେବାକୁ ଚିନ୍ତା କରି ୨୦୧୮ ମସିହାରେ ବିବାହ କରିଥିଲେ।
Follow Us