ଫିଲ୍ମ ନିର୍ମାଣ କରିବେ ମମତା ବାନାର୍ଜୀ

ଫିଲ୍ମ ନିର୍ମାଣ କରିବେ ମମତା ବାନାର୍ଜୀ

(AP File Photo)

ଯେବେ ସମଗ୍ର ଦେଶ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତି କରୁଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପଦକ୍ଷେପ ନେଇଛନ୍ତି। ସେ ଚଳଚ୍ଚିତ୍ର ନିର୍ମାତା ଭାବେ ‘ଝଡ଼ ଥେମେ ଯାବେ ଏକଦିନ୍‌’ ନାମକ ଏକ ଚଳଚ୍ଚିତ୍ର ତିଆରି କରୁଛନ୍ତି। ନିଜର ସୃଜନତାର ପ୍ରୟୋଗ ପୂର୍ବକ ସେ କରୋନା ମୁକାବିଲା ସଂକ୍ରାନ୍ତ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରୁଛନ୍ତି। ସଂପ୍ରତି କ‌ରୋନା ମୁକାବିଲାରେ ତୃଣମୂଳ ସ୍ତରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ଏହା ନିର୍ମାଣ କରିଛନ୍ତି। ଏଥିସହ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ‌କିପରି ଓ କେଉଁଠାରୁ କି ପ୍ରକାର ସହଯୋଗ ପାଇପାରିବେ ସେ ଏହି ଚଳଚ୍ଚିତ୍ରରେ ତାହା ଦେଖାଇବେ। ଲୋକପ୍ରିୟ ବଙ୍ଗଳା ନିର୍ଦେଶକ ଅରିନ୍ଦମ ସିଲ ଏହି ଚଳଚ୍ଚିତ୍ରଟିର ନିର୍ଦେଶନା ଦେଉଥିବା ବେଳେ ଏଥିରେ ସାଂସଦ ନୁସରତ ଜାହାଁ, ସାଂସଦ ମିମି ଚକ୍ରବର୍ତୀଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର‌ରେ ଥିବା ଗୀତଟି ମଧ୍ୟ ମମତା ଲେଖିଛନ୍ତି। ଚଳଚ୍ଚିତ୍ରଟି ଲକ୍‌ଡାଉନ ନିୟମ ପାଳନ ସହିତ ଘରୁ ନିର୍ମାଣ କରାଯାଉଛି। ଖୁବଶୀଘ୍ର ଏହା ପ୍ରସାରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe