ଶାହାରୁଖଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisment
ଶାହାରୁଖଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Photo Credit: Twitter

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପର୍‌ଷ୍ଟାର୍‌ ଶାହାରୁଖଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଦେଇଛନ୍ତି। ଶନିବାର କିଙ୍ଗ୍‌ଖାନ ୫୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଶାହାରୁଖଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ପାଇ ସେ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି।

ମମତା ତାଙ୍କ ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ଏକ ଟ୍ଵିଟ୍‌ କରି ଲେଖିଛନ୍ତି କି ‘ଶାହାରୁଖ, ମୋ ଭାଇ ତୁମର ଉତ୍ତର ସ୍ୱାସ୍ଥ୍ୟ ଓ ସଫଳତା କାମନା କରୁଛି। ପଶ୍ଚିମବଙ୍ଗର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ତୁମକୁ ପାଇ ଆମେ ଗର୍ବ ଅନୁଭବ କରୁଛୁ। ତୁମ ଚଳଚ୍ଚିତ୍ର ଜରିଆରେ ଆମର ମନୋରଞ୍ଜନ କରି ଚାଲ। ତୁମ ସହ କୋଲକାତାରେ ୨୫ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଦେଖା ହେବ।’

କିଙ୍ଗ୍‌ଖାନ ନଭେମ୍ବର ୮ ତାରିଖରେ ହେବାକୁ ଥିବା ୨୫ତମ ଇଣ୍ଟରନେସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଉପସ୍ଥିତ ରହିବେ। ଏହି ଉତ୍ସବକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe