ମୁମ୍ବାଇ: ଅଭିନେତ୍ରୀରୁ ସନ୍ୟାସିନୀ ହୋଇଥିବା ମମତା କୁଲକର୍ଣ୍ଣୀ ନିକଟରେ ଦେଇଥିବା ଏକ ବୟାନ ଚର୍ଚ୍ଚାର ପରିସରରେ ରହିଛି। 

Advertisment

ଦାଉଦ ସହିତ ମୋର କୌଣସି ସମ୍ପର୍କ ନାହିଁ

ନିକଟରେ ମମତା କୁଲକର୍ଣ୍ଣୀ ଗୋରଖପୁରଗସ୍ତ କରିଥିଲେ। ପିପିଗଞ୍ଜରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କଙ୍କେଶ୍ୱରୀ ନନ୍ଦ ଗିରି ଓରଫ କିରଣ ବାବାଙ୍କ ବାସଭବନରେ ଛଟ ପାଇଁ ଏକ ଭଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆୟୋଜନରେ ମମତା କୁଲକର୍ଣ୍ଣୀ ଯୋଗଦେବାକୁ ପହଞ୍ଚିଥିଲେ। ଏହି ଗସ୍ତରେ ସମୟରେ ମମତାଙ୍କୁ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମଙ୍କ ବିଷୟରେ ପଚରାଯାଇଥିଲା। 

ଏହି ସମୟରେ ମମତା କହିଥିଲେ, " ଦାଉଦ ଇବ୍ରାହିମ ଆତଙ୍କବାଦୀ ନଥିଲେ। ସେ ମୁମ୍ବାଇରେ କେବେ କୌଣସି ବିସ୍ଫୋରଣ କରି ନଥିଲେ।’

ଅଧିକପଢ଼ନ୍ତୁ:କାହିଁକି କମୁଛି ସୁନା ଦର

ଏଭଳି ବୟାନ ପରେ ବିବାଦ ଘେରକୁ ଆସିଥିବା ମମତା କୁଲକର୍ଣ୍ଣୀ ସଫେଇ ଦେଇ କହିଛନ୍ତି, ‘ମୁଁ ଯେଉଁ ବୟାନ ଦେଇଥିଲି ତାହା ଦାଉଦ ଇବ୍ରାହିମ ପାଇଁ ନୁହେଁ ବରଂ ଭିକି ଗୋସ୍ୱାମୀଙ୍କ ପାଇଁ କହିଥିଲି। କିଛି ଲୋକ ସମ୍ପୂର୍ଣ୍ଣ କାହାଣୀ ନ ବୁଝି ମୋର ବୟାନକୁ ଦାଉଦ ଇବ୍ରାହିମ ସହିତ ଯୋଡୁଛନ୍ତି। ମୁଁ କହିଥିଲି ଭିକି ଗୋସ୍ୱାମୀ ଆତଙ୍କବାଦୀ ନଥିଲେ। ସେ ଦେଶ ବିରୋଧୀ କୌଣସି କାମ କରି ନାହାନ୍ତି କି କୌଣସି ବିସ୍ଫୋରଣରେ ସାମିଲ ନଥିଲେ। 

ମୁଁ ଗତ ୧୨ ବର୍ଷ ଧରି ତପସ୍ୟା କରୁଥିଲି:ମମତା କୁଲକର୍ଣ୍ଣୀ

ମମତା ୧୯୯୦ ଦଶକର ଶେଷ ଭାଗରେ ହଠାତ୍ ନିଖୋଜ ହୋଇଯାଇଥିବା ବେଳେ ୨୦୨୫ କୁମ୍ଭମେଳା ପୂର୍ବରୁ ଭାରତ ଫେରି ଆସିଥିଲେ। ଏହି ପ୍ରତ୍ୟାବର୍ତ୍ତନକୁ ନେଇ ମମତା କହିଥିଲେ, ‘ମୁଁ ଗତ ୧୨ ବର୍ଷ ଧରି ତପସ୍ୟା କରୁଥିଲି। ସେଥିପାଇଁ ଲୋକଙ୍କ ସାମ୍ନାକୁ ଆସୁ ନଥିଲି।’

ଅଧିକପଢ଼ନ୍ତୁଦିଲ୍ଲୀ ଚାଲାଣ ପୂର୍ବରୁ ରାଉରକେଲା ଷ୍ଟେସନ୍‌ରୁ କୋଟିଏ ଟଙ୍କାର ଗଂଜେଇ ଜବତ

dawood-ibrahim mumbai Blast