ମୁମ୍ବାଇ: ଗତ କିଛି ମାସ ହେବ ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ। କିଛି ବର୍ଷ ବିଦେଶରେ ରହିବା ପରେ ୨୦୨୪ରେ ଭାରତ ଫେରିଥିଲେ ମମତା। ଭାରତ ଫେରିବା ପରେ ସେ ପୁଣି ଥରେ ଫିଲ୍ମ କରିବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ସେ ଫିଲ୍ମ ପରିବର୍ତ୍ତେ ପ୍ରୟାଗରାଜ ଯାଇ କିନ୍ନର ଅଖାଡାର ମହାମଣ୍ଡଳେଶ୍ବର ହୋଇଯାଇଥିଲେ। ଏବେ ତାଙ୍କୁ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଆଖଡ଼ାରୁ ବାହାର କରିଦିଆଯାଇଛି।
ନିଜର ଏହି ଯାତ୍ରାକୁ ନେଇ ଚର୍ଚ୍ଚାରେ ଥିବା ମମତାଙ୍କ ଏକ ପୁରୁଣା ସାକ୍ଷାତକାର ସାମ୍ନାକୁ ଆସିଛି, ଯେଉଁଥିରେ ସେ ଦାବି କରିଥିଲେ ଯେ, ବଲିଉଡର ଜଣେ ଜଣାଶୁଣା କଳାକାର ତାଙ୍କୁ ରାତି କଟାଇବାକୁ ଅଫର ଦେଇଥିଲେ। ଅଭିନେତାଙ୍କ ନାମ ପଚରାଯିବା ପରେ ସେ ବବି ଦେଓଲଙ୍କ ନାମ ନେଇଥିଲେ। ମମତା କହିଥିଲେ ଯେ, "ବବି ଫିଲ୍ମ ବରସାତର ସୁଟିଂ କରୁଥିବା ବେଳେ ମୁଁ ଅନ୍ୟ ଏକ ଫିଲ୍ମର ସୁଟିଂ କରୁଥିଲି। ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ଜରିଆରେ ମୁଁ ବବିଙ୍କୁ ଜାଣିଥିଲି। କିଛି ଦିନର ବନ୍ଧୁତା ପରେ ବବି ମୋତେ ରାତି କଟାଇବାର ଅଫର ଦେଇଥିଲେ। ସେ ସମୟରେ ସେ ଅଭିନେତ୍ରୀ ପୂଜା ଭଟ୍ଟଙ୍କୁ ଡେଟ୍ କରୁଥିବାରୁ ମୁଁ ମଜାରେ କହିଥିଲି ତୁମେ ପ୍ରଥମେ ପୂଜାଙ୍କଠାରୁ ଅନୁମତି ଆଣ। ଏହା ପରେ ମୁଁ ଚିନ୍ତା କରିବି।" ଏଭଳି କହି ମମତା, ବବିଙ୍କ ଅଫରକୁ ନାଁ କହିଥିଲେ ବୋଲି ଜଣାଇଥିଲେ।
Follow Us