ବିବାହ କରିନି, ଏବେ ବି 'ସିଙ୍ଗଲ' ଅଛି: ମମତା କୁଲକର୍ଣ୍ଣୀ

Advertisment

ଦୀର୍ଘ ଦିନ ପରେ ୯୦ଦଶକର ଜଣାଶୁଣା ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଭାରତ ଫେରିଛନ୍ତି। ସେ କହିଛନ୍ତି ଯେ, ମୁଁ କାହାକୁ ବିବାହ କରିନାହିଁ। ଏବେ ବି ମୁଁ 'ସିଙ୍ଗଲ' ଅଛି।

ଦୀର୍ଘ ଦିନ ପରେ ୯୦ଦଶକର ଜଣାଶୁଣା ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଭାରତ ଫେରିଛନ୍ତି। ସେ କହିଛନ୍ତି ଯେ, ମୁଁ କାହାକୁ ବିବାହ କରିନାହିଁ। ଏବେ ବି ମୁଁ 'ସିଙ୍ଗଲ' ଅଛି।

tmamtaku

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ଓ ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'କରଣ ଅର୍ଜୁନ'ର ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ବହୁ ବର୍ଷ ଧରି ପରଦାରୁ ଦୂରରେ ଥିଲେ। ସେ କେଉଁଠି ବୋଲି ଜାଣିବା ପାଇଁ ପ୍ରଶଂସକମାନେ ବହୁତ ଚେଷ୍ଟା କରିଥି‌ଲେ ବି ତାଙ୍କର କୌଣସି ପତ୍ତା ମିଳୁନଥିଲା | ହେଲେ ଶେଷରେ ୯୦ଦଶକର ଜଣାଶୁଣା ଅଭିନେତ୍ରୀ ମମତା ୨୫ବର୍ଷ ପରେ ମୁମ୍ବାଇ ଫେରିଛନ୍ତି । ଦୀର୍ଘ ବର୍ଷ ପରେ ମୁମ୍ବାଇ ଫେରିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି। ଭାରତ ଫେରିବା ପରେ ସେ ତାଙ୍କ ସହ ଜଡ଼ିତ ଅନେକ ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ଅତୀତରେ ଡ୍ରଗ୍ସ କାରବାରରେ ମମତାଙ୍କ ନାମ ଆସିଥିବା ବେଳେ ଡ୍ରଗ୍ସ କାରବାରକୁ ନେଇ ‌୧୦ବର୍ଷ ଜେଲରେ କଟାଇଥିବା ବିକି ଗୋସ୍ୱାମୀଙ୍କ ସହ ତାଙ୍କର ବିବାହ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏସବୁ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ବିକି ଜଣେ ଭଲ ମଣିଷ | ତାଙ୍କର ହୃଦୟ ବହୁତ ଭଲ। ଇଣ୍ଡଷ୍ଟ୍ରିର ସମସ୍ତେ ତାଙ୍କୁ ଭେଟିବାକୁ ଆସୁଥିଲେ, ତେଣୁ ମୁଁ ମଧ୍ୟ ତାଙ୍କୁ ଭେଟିବାକୁ ଯାଉଥିଲି। କିନ୍ତୁ ମୁଁ ଇଣ୍ଡଷ୍ଟ୍ରିର ଶେଷ ବ୍ୟକ୍ତି ଯିଏ ତାଙ୍କୁ ଭେଟିବାକୁ ଯାଇଥିଲା | ଯେତେବେଳେ ମୁଁ ତାଙ୍କ ସତ୍ୟତା ଜାଣିଲି, ମୁଁ ତାଙ୍କୁ ଭେଟିବା ବନ୍ଦ କରିଦେଇଥିଲି। ସେ ଦୁବାଇ ଜେଲରେ ଥିଲେ। ତାଙ୍କୁ ଜେଲରୁ ବାହାର କରିବା ପାଇଁ ମୁଁ ଧ୍ୟାନ କରିବା ଆରମ୍ଭ କରିଥିଲି। ସେ ୨୦୧୨ରେ ଜେଲରୁ ବାହାରିଥିଲେ। ମୁଁ ତାଙ୍କୁ ୨୦୧୬ରେ ଭେଟିଥିଲି | ଏହା ପରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା। ସେ ବର୍ତ୍ତମାନ ମୋର ଅତୀତ। ମୁଁ ତାଙ୍କୁ ବିବାହ କରିନଥିଲି। ମୁଁ ଏବେ ବି ସିଙ୍ଗଲ ଅଛି।"

ଉଲ୍ଲେଖଯୋଗ୍ୟ, ୨୦୧୬ରେ ବିକିଙ୍କ ସହ ମିଶି ମମତା କେନିଆରେ ଏକ ଆନ୍ତର୍ଜାତୀୟ ଡ୍ରଗ୍ ରିଙ୍ଗ୍ ସହିତ ବୈଠକ କରିଥିଲେ। ମମତା ଭାରତରେ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ନେଇ ଥାଣେ ପୁଲିସ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe