Image Courtesy of NDTV
ନ୍ୟୁୟର୍କ: ଗାଡ଼ି ଧକ୍କା ଦେଇ ବଳପୂର୍ବକ ଘରେ ପଶିବାକୁ ଉଦ୍ୟମ କରିଥିବା ଜଣେ ବ୍ୟକ୍ତିଙ୍କୁ ପପ୍ ଗାୟିକା ଟେଲର୍ ସ୍ବିଫ୍ଟ୍ଙ୍କ ଘର ବାହାରୁ ଗିରଫ କରିଥିବା କଥା ଶୁକ୍ରବାର ଦିନ ନ୍ୟୁୟର୍କ ପୁଲିସ କହିଛି।
ତଳ ମ୍ୟାନ୍ହଟନ୍ର ଗୋଟାଏ ରାସ୍ତାର ଭୁଲ୍ ପାର୍ଶ୍ବରେ ଗାଡ଼ି ଚଳାଉଥିଲେ ବୋଲି ପୁଲିସ ଅଭିଯୋଗ କରିଥିବା ଉକ୍ତ ବ୍ୟକ୍ତିଜଣକ ହେଉଛନ୍ତି ୩୧ ବର୍ଷିୟ ମୋର୍ଗାନ୍ ମ୍ୟାଙ୍କ୍। ତାଙ୍କ ନାମରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଅଭିଯୋଗ ମଧ୍ୟ ହୋଇଛି।
ସୂଚନାଯୋଗ୍ୟ, ୩୨ ବର୍ଷୀୟ ସୁପର୍ଷ୍ଟାର୍ ଟେଲର୍ ସ୍ବିଫ୍ଟ୍ ପୂର୍ବରୁ ମଧ୍ୟ ଅନେକ ପିଛାକାରୀଙ୍କ (ଷ୍ଟକର୍) ଦୃଷ୍ଟି ଆକର୍ଷଣ କରି ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।
ଅସାଧାରଣ ପ୍ରତିଭାସମ୍ପନ୍ନ ପପ୍ ଗାୟିକା ତଥା ଗୀତିକାର ସ୍ବିଫ୍ଟ୍ ନିଜ ସୁରକ୍ଷାକୁ ନିଜ ‘ଭୀଷଣ ଭୟ’ଗୁଡ଼ିକରୁ ଗୋଟିଏ ବୋଲି କହିଛନ୍ତି। ଦେଖଣାହାରିଙ୍କ ମଧ୍ୟରୁ ସମ୍ଭାବ୍ୟ ପିଛାକାରୀଙ୍କୁ ଚିହ୍ନଟ କରିବା ଲାଗି ଅତୀତରେ ଗୋଟାଏ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ‘ଫେସିଆଲ୍ ରେକଗ୍ନିସନ୍ ଟେକ୍ନୋଲୋଜି’ (ମୁହଁ ଚିହ୍ନଟ ଉପକରଣ) ଲଗାଇଥିଲେ।
Image Courtesy of India Todayସେହିଭଳି, ୨୦୧୯ରେ ଆଇଓୱାର ଜଣେ ବ୍ୟକ୍ତି ସ୍ବିଫ୍ଟ୍ଙ୍କ ଘର ତାଡ଼ି ପ୍ରବେଶ କରିବାକୁ ଗୋଟାଏ ଆଲ୍ମିନିୟମ୍ ବେସ୍ବଲ୍ ବ୍ୟାଟ୍ ଧରି ରୋଡ୍ ଦ୍ବୀପକୁ ଆସିଥିଲେ। ସେ ଦ୍ବୀପରେ ସ୍ବିଫ୍ଟ୍ଙ୍କ ଘର ରହିଛି।
ଗତ ଅଳ୍ପ କେତେ ବର୍ଷ ହେବ ମ୍ୟାନ୍ହଟନ୍ରେ ଥିବା ସ୍ବିଫ୍ଟ୍ଙ୍କ ଘରକୁ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରି ରୋଜର୍ ଅଲବାରେଡୋ ନାମରେ ଜଣେ ବ୍ୟକ୍ତି ବହୁବାର ଗିରଫ ହୋଇଥିଲେ।
‘ଇଲେ’ ପତ୍ରିକା ପାଇଁ ୨୦୧୯ରେ ସେ ଲେଖିଥିବା ନିବନ୍ଧରେ ଉଲ୍ଲେଖ କରିଥିଲେ, ଯେତେବେଳେ ବହୁ ଅନୁଧାବକ ଘରେ ଧଷେଇ ପଶିବାକୁ ଉଦ୍ୟମ କରିବେ ଆପଣଙ୍କ ଦଶା ଖରାପ ପଡ଼ିଲା ବୋଲି ଜାଣନ୍ତୁ।
ତେଣୁ, ପ୍ରତିଦିନ ମୁଁ ପୃଥିବୀର ଭଲ କଥା ସବୁ ସ୍ମରଣ କରିଥାଏ। ସେସବୁ ହେଉଛି ମୁଁ ଦେଖିଥିବା ସ୍ନେହଶ୍ରଦ୍ଧା ଏବଂ ମାନବତା ପ୍ରତି ଥିବା ମୋର ବିଶ୍ବାସ।
Follow Us