ଅଡ଼ୁଆରେ କଙ୍ଗନା: ‘ପଦ୍ମାବତ୍‌’ ପରେ ବର୍ତ୍ତମାନ ବିବାଦରେ ‘ମଣିକର୍ଣ୍ଣିକା’

Advertisment
ଅଡ଼ୁଆରେ କଙ୍ଗନା: ‘ପଦ୍ମାବତ୍‌’ ପରେ ବର୍ତ୍ତମାନ ବିବାଦରେ ‘ମଣିକର୍ଣ୍ଣିକା’

25CineFrames

ନୂଆଦିଲ୍ଲୀ : ବଲିଉଡ୍‌ରେ ସଂପ୍ରତି ବହୁତ ପରିମାଣର ଆତ୍ମଜୀବନୀ ଧର୍ମୀ କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ନେଇ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି। ଦୀର୍ଘ ଦିନର ବିବାଦ ପରେ ଗତ ମାସ ୨୫ ତାରିଖରେ ରାଣୀ ପଦ୍ମାବତୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରିଲିଜ ହୋଇଛି। ତେବେ, ବର୍ତ୍ତମାନ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନ କାହାଣୀ ଉପରେ ଆଧାରିତ କଙ୍ଗନା ରାଣାଓ୍ଵତଙ୍କ ‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ରକୁ ନେଇ ବିବାଦ ଆରମ୍ଭ ହୋଇଛି।

publive-image IBTimes India

ହସ୍ତଗତ ହୋଇଥିବା ଖବରରୁ ଜଣାପଡ଼ିଛି, ବ୍ରାହ୍ମଣ ମହାସଭା ବର୍ତ୍ତମାନ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କର ଉପରେ ଆଧାରିତ ‘ମଣିକର୍ଣ୍ଣିକା:ଦ କ୍ୱିନ୍‌ ଅଫ ଝାନ୍ସୀ’ଙ୍କର ନିର୍ମାତା କମଲ ଜୈନଙ୍କ ପାଖକୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଚଳଚ୍ଚିତ୍ରର ଲେଖକ, ପରାମର୍ଶଦାତା ଓ ଇତିହାସକାରଙ୍କ ନାମ ବିଷୟରେ ଜାଣିବାକୁ ଚାହିିଛନ୍ତି। ବ୍ରାହ୍ମଣ ମହାସଭା ସେହି ଗୋଷ୍ଠୀ, ଯିଏ ‘ପଦ୍ମାବତ’କୁ ବିରୋଧ ସମୟରେ କର୍ଣ୍ଣୀ ସେନାଙ୍କର ସପକ୍ଷରେ ଥିଲା । ବର୍ତ୍ତମାନ ଏହି ଗୋଷ୍ଠୀ ଚଳଚ୍ଚିତ୍ରରେ ରାଣୀ ଲକ୍ଷ୍ମୀବାଇଙ୍କର ଚରିତ୍ର ଆପତ୍ତିିଜନକ ଭାବେ ଚିତ୍ରଣ ହୋଇଛି ବୋଲି ଯୁକ୍ତି ବାଢ଼ିଛନ୍ତି । ‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କଙ୍ଗନା ବର୍ତ୍ତମାନ ଏହାର ସୁଟିଂରେ ବ୍ୟସ୍ତ ରହିଛନ୍ତି । ତେବେ ଚଳଚ୍ଚିତ୍ରର ଅଧା ସୁଟିଂ ଯୋଧପୁରରେ ଶେଷ ହୋଇଥିବା ବେଳେ ଆଉ ଅଧା ବହୁତ ଶୀଘ୍ର ବିକାନରରେ ଆରମ୍ଭ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ବ୍ୟତୀତ ସୋନୁ ସୁଦ୍‌, ସୁରେଶ ଓବରାଏ , ଅଙ୍କିତା ଲୋଖଣ୍ଡେ ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe