ବଲିଉଡ ଅଭିନେତ୍ରୀ ମନ୍ନାରା ଚୋପ୍ରାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

Advertisment
dhzdh

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମନ୍ନାରା ଚୋପ୍ରାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ବାପାଙ୍କୁ ହରାଇଲେ ଅଭିନେତ୍ରୀ। ତାଙ୍କ ପିତା ରମଣ ରାୟ ହାଣ୍ଡାଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି। ମନ୍ନାରାଙ୍କ ପିତା ବହୁତ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। ଦେହାନ୍ତ ଖବର ପାଇ ଅଭିନେତ୍ରୀ ଘରକୁ ଫେରିଥିବା ବେ‌ଳେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତାଙ୍କୁ ତାଙ୍କ ଭଉଣୀ ମିତାଲି ହାଣ୍ଡାଙ୍କ ସହ ଦେଖିବାକୁ ମିଳିଥିଲା।

ରମଣଙ୍କ ଦେହାନ୍ତ ମୁମ୍ବାଇରେ ହୋଇଥିବା ବେଳେ ତାଙ୍କର ଶେଷକୃତ୍ୟ ଜୁନ୍ ୧୮ ତାରିଖରେ କରାଯିବ। ସୂଚନା ଅନୁଯାୟୀ, ଶେଷ ଦର୍ଶନ ପାଇଁ ବିଦେଶରୁ ଅନେକ ସମ୍ପର୍କୀୟ ଆସିବେ। ତେଣୁ ଏହି ତାରିଖ ରଖାଯାଇଛି। ଜଣାପଡ଼ିଛି ଯେ, ସେ ଦିଲ୍ଲୀ ହାଇକୋର୍ଟରେ ଓକିଲ ଥିଲେ। ପରେ ସେ ଦିଲ୍ଲୀ ଛାଡ଼ି କିଛି ଦିନ ହେଲାଣି ତାଙ୍କ ପରିବାର ସହିତ ମୁମ୍ବାଇରେ ରହୁଥିଲେ।

ମନ୍ନାରା ତାଙ୍କ ପିତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ସେୟାର କରିଛନ୍ତି। ଅଭିନେତ୍ରୀ ଫଟୋ ସହିତ ଲେଖିଛନ୍ତି - ଗଭୀର ଦୁଃଖ ଏବଂ ଶୋକର ସହିତ ଆମେ ଆପଣଙ୍କୁ ଜଣାଉଛୁ ଯେ ଆମର ପ୍ରିୟ ବାପାଙ୍କର ୧୬.୦୬.୨୦୨୫ରେ ଦେହାନ୍ତ ହୋଇଛି। ସେ ଆମ ପରିବାରର ଶକ୍ତି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe