ପରଦାରେ ପୁଣି ଡନ୍‌ ବନିଲେ ଓଲିଉଡର ଏହି ଲୋକପ୍ରିୟ ଅଭିନେତା

Advertisment
ପରଦାରେ ପୁଣି ଡନ୍‌ ବନିଲେ ଓଲିଉଡର ଏହି ଲୋକପ୍ରିୟ ଅଭିନେତା

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଖଳନାୟକ ମନୋଜ ମିଶ୍ରଙ୍କ ଅଭିନୀତ ଏକ ନୂଆ ଓଡ଼ିଆ ସିନେମା ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି । ଏହାର ଶୀର୍ଷକ ହେଲା‘ପାଗଳ ମୁଁ ତୋ’ ପାଇଁ।
ଏହି ସିନେମାରେ ମନୋଜଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ରାଘବ। କାହାଣୀ ଅନୁଯାୟୀ,ସେ ଜଣେ ଖଳ ପ୍ରକୃତିର ଲୋକ। କୁହାଯାଇପାରେ ଯେ ସେ ସହରର ଏକ ଡନ୍‌। ସେ ନାୟିକାର ବଡ଼ ଭାଇ ବି। ନିଜ ଭଉଣୀକୁ ସୁରକ୍ଷା ଦେବାପାଇଁ ସେ କି କି କାରନାମା କରନ୍ତି ତାହା ଦେଖିବାକୁ ମିଳିବ ଏନ୍‌.ପାଢ଼ୀଙ୍କ ନିର୍ଦ୍ଦେଶିତ ‘ପାଗଳ ମୁଁ ତୋ’ ପାଇଁ’ରେ।
ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ,ଏହି ସିନେମାରେ ପ୍ରଥମେ ନାକାରାତ୍ମକ ଭୂମିକାରେ ନଜର ଆସିବେ ମନୋଜ। ହେଲେ ପରେ ତାଙ୍କ ଚରିତ୍ରଟି ସକାରାତ୍ମକରେ ପରିଣତ ହୋଇଯାଉଛି।

publive-image
ଏ ବି ଭିଜୁଆଲ୍‌ ପ୍ରଡ଼କସନ୍‌ ପ୍ରାଇଭେଟ୍‌ ନିର୍ମିତ ଏହି ସିନେମାର ପ୍ରଯୋଜକ ହେଲେ ସୁଧାଂଶୁ ଜେନା। ଏଥିରେ ଅଙ୍କିତ କୁମାର,ଲଭ୍‌ଲି ଲିଲି,ଅନୀତା ଦାସ,ବିଜୁ ବଡ଼ଜେନା,ଜୀବନ ପଣ୍ଡା ଓ ଡ଼ .ଅନନ୍ତ ଆଚାର୍ଯ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe