ମା’ଙ୍କୁ ହରାଇଲେ ବଲିଉଡ ଅଭିନେତା ମନୋଜ ବାଜପେୟୀ, ୮୦ବର୍ଷ ବୟସରେ ଗୀତା‌ ଦେବୀଙ୍କ ଦେହାନ୍ତ

Advertisment
ମା’ଙ୍କୁ ହରାଇଲେ ବଲିଉଡ ଅଭିନେତା ମନୋଜ ବାଜପେୟୀ, ୮୦ବର୍ଷ ବୟସରେ ଗୀତା‌ ଦେବୀଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ଅଭିନେତା ମନୋଜ ବାଜପେୟୀ ଆଜି ନିଜ ମା’ଙ୍କୁ ହରାଇଛନ୍ତି। ମନୋଜଙ୍କ ମା’ ଗୀତା ଦେବୀଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ନିଜ ଅସୁସ୍ଥତା କାରଣରୁ ଆଜି ସକାଳେ ୮୦ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ମୁତାବକ, ଗୀତା ଦେବୀ ଅସୁସ୍ଥ ଥିବାରୁ ଦିଲ୍ଲୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା। ଗତ କିଛି ଦିନ ହେବ ସେଠାରେ ତାଙ୍କର ଚିକିତ୍ସା ଚାଲୁଥିଲେ ବି ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ଡାକ୍ତରଙ୍କ ଚେଷ୍ଟା ପ‌ରେ ବି ଆଜି ଗୀତା ଦେବୀ ମୃତ୍ୟୁ ଆଗରେ ହାରି ଯାଇଥିଲେ। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ବଲିଉଡ କଳାକାରଙ୍କ ସହ ମନୋଜଙ୍କ ବନ୍ଧୁମାନେ ଟ୍ବିଟ କରି ସମବେଦନା ଜଣାଇଛନ୍ତି। ନିଜ ମା’ଙ୍କୁ ହରାଇ ମନୋଜ ଭାଙ୍ଗିପଡ଼ିଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଥିବା ସୋସିଆଲ ମିଡିଆରେ ଦେଖାଯାଇଛି।

ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ମନୋଜ ବାଜପେୟୀଙ୍କ ମା’ଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଥିଲେ। ସେ ଏକ ଟ୍ୱିଟ୍‌ରେ କହିଥିଲେ ଯେ, ମନୋଜ ବାଜପେୟୀଙ୍କ ମା’ ଆଉ ନାହାଁନ୍ତି। ଅଶୋକ ପଣ୍ଡିତ ତାଙ୍କ ଟ୍ୱିଟରେ ଲେଖିଛନ୍ତି- ମନୋଜ ବାଜପେୟୀ ଆପଣଙ୍କ ମା’ଙ୍କ ଦେହାନ୍ତରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସମବେଦନା। ଓମ୍ ଶାନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe