ମନୋଜ ବାଜପେୟୀଙ୍କ ପାଦ ଛୁଇଁଥିଲେ କାଟ୍ରିନା କୈଫ୍‌!

Advertisment
ମନୋଜ ବାଜପେୟୀଙ୍କ ପାଦ ଛୁଇଁଥିଲେ କାଟ୍ରିନା କୈଫ୍‌!

ମୁମ୍ବାଇ : ବଲିଉଡର ପ୍ରତିଭାବାନ୍‌ ଅଭିନେତା ମନୋଜ ବାଜପେୟୀଙ୍କର ନୂଆ ସିନେମା ‘ସତ୍ୟମେବ ଜୟତେ’ ଏବେ ରିଲିଜ୍ ଅପେକ୍ଷାରେ ରହିଛି। ଏହାର ପ୍ରମୋସନ୍ ଅବସରରେ ସେ ନିଜ ଜୀବନର ଏକ ମଜାଦାର୍‌ ଘଟଣା ସଂପର୍କରେ କହିଛନ୍ତି। ଏହି ଘଟଣାଟି ନାମୀ ନାୟିକା କାଟ୍ରିନା କୈଫ୍‌ଙ୍କ ସହ ଜଡ଼ିତ।

ମନୋଜ ବାଜପେୟୀ ଓ କାଟ୍ରିନା କୈଫ୍‌ ଏକାଠି ଏକ ଫିଲ୍ମରେ କାମ କରିଥିଲେ। ସେହି ସିନେମା ହେଲା ‘ରାଜନୀତି’।ଏଥିରେ ମନୋଜ ଓ କାଟ୍ରିନାଙ୍କ ବ୍ୟତୀତ ଅଜୟ ଦେବଗନ୍‌,ନାନା ପାଟେକର,ରଣବୀର କପୁର ଓ ଅର୍ଜୁନ ରାମପାଲ୍‌ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ମନୋଜ ବାଜପେୟୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ,କାଟ୍ରିନା କୈଫ୍‌ ତାଙ୍କର ଜଣ ବଡ଼ ପ୍ରଶଂସକ । ଏକଥା ପ୍ରମାଣିତ କରିବା ଲାଗି ‘ରାଜନୀତି’ ଫିଲ୍ମର ପ୍ରମୋସନ୍‌ ସମୟରେ ଥରେ କାଟ୍ରିନା ତାଙ୍କର ପାଦ ଛୁଇଁଥିଲେ ବୋଲି କହିଛନ୍ତିମନୋଜ ବାଜପେୟୀ।କାଟ୍ରିନାଙ୍କର ଏଭଳି ସମ୍ମାନ ତାଙ୍କ ପାଇଁ ଏକଦମ୍‌ ଅପ୍ରତ୍ୟାଶିତ ଥିଲା ବୋଲି ମଧ୍ୟ ମନୋଜ ବାଜପେୟୀ କହିଛନ୍ତି।

publive-image

ମନୋଜ ବାଜପେୟୀଙ୍କ କହିବା ଅନୁଯାୟୀ,ସେ ତାଙ୍କ ଠାରୁ ବୟସରେ ସାନ କଳାକାରମାନଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି। ଜନ୍‌ ଆବ୍ର୍ରାହମ୍‌ ହୁଅନ୍ତୁ କି କାଟ୍ରିନା କୈଫ୍‌ ସମସ୍ତଙ୍କ ସହ ତାଙ୍କର ଭଲ ଅନୁଭୂତି ରହିଛି ବୋଲି ମନୋଜ ବାଜପେୟୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe