କରୋନା ଯୋଦ୍ଧାଙ୍କୁ ପିପିଇ କିଟ୍‌ ଯୋଗାଇବା ପାଇଁ ନିଜ ପେଣ୍ଟିଂ ନିଲାମ କରିବେ ମାନୁଷୀ ଚିଲର

Advertisment
କରୋନା ଯୋଦ୍ଧାଙ୍କୁ ପିପିଇ କିଟ୍‌ ଯୋଗାଇବା ପାଇଁ ନିଜ ପେଣ୍ଟିଂ ନିଲାମ କରିବେ ମାନୁଷୀ ଚିଲର

The Fact News

ନୂଆଦିଲ୍ଳୀ: କରୋନା ଭାଇରସ୍‌ର ମୁକାବିଲା କରିବାକୁ ଆଗ ଧାଡ଼ିରେ କାର୍ଯ୍ୟ କରୁଥିବା ଯୋଦ୍ଧାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏକ ଅଣ ଲାଭ ସଂସ୍ଥା ସହ ଯୋଡ଼ି ହୋଇଛନ୍ତି ପୂର୍ବତନ ବିଶ୍ବ ସୁନ୍ଦରୀ ତଥା ଅଭିନେତ୍ରୀ ମାନୁଷୀ ଚିଲର। ଅନ୍‌ଲାଇନ୍‌ରେ ଆୟୋଜିତ ହେବାକୁ ଥିବା ଏକ ପେଣ୍ଟିଂ ପ୍ରତିଯୋଗିତାରେ ନିଜ ତିଆରି ଏକ ପେଣ୍ଟିଂକୁ ନିଲାମ ଡାକିବେ ମାନୁଷୀ।  କୋଭିଡ୍‌-୧୯ ପରିସ୍ଥିିତିରେ ଆଗ ଧାଡ଼ିରେ ରହି କାମ କରୁଥିବା କରୋନା ଯୋଦ୍ଧମାନଙ୍କୁ ସୁରକ୍ଷା କିଟ୍‌(ପିପିିଇ କିଟ୍‌) ଯୋଗାଇବା ପାଇଁ ମାନୁଷୀ ଆଗେଇ ଆସିଛନ୍ତି।

ଅନ୍‌ଲାଇନ୍‌ରେ ହେବାକୁ ଥିବା କଳା ପ୍ରଦର୍ଶନୀରେ ସ୍ମାଇଲ୍‌ ଫାଉଣ୍ଡେସନ୍‌ ତରଫରୁ ପ୍ରତିଯୋଗିତାରେ ଭାଗ ନେବେ ମାନୁଷୀ। ପ୍ରତ୍ୟେକ ଶିଳ୍ପୀଙ୍କ ଚିତ୍ରର ବିକ୍ରୟ ମୂଲ୍ୟ ଆଗ ଧାଡ଼ିରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧା ଓ ସେମାନଙ୍କ ପରିବାର ଲୋକଙ୍କୁ ସୁରକ୍ଷା କିଟ୍‌ ଯୋଗାଇ ଦେବାରେ ବିନିଯୋଗ କରାଯିବ।

publive-image
India Today

ଏ ନେଇ ମାନୁଷୀ କହିଛନ୍ତି, ‘ଆମେମାନେ ନିଜ ଘର ଭିତରେ ରହି ନିଜର ଯତ୍ନ ନେଇ ପ‌ାରୁଛେ, ସେତିକି ଭାଗ୍ୟବାନ ଆମେ ସବୁ। ମାତ୍ର କୃଷକ, ଟ୍ରକ୍ ଚାଳକର ଏବଂ ଆହୁରି ଅନେକ ନାୟକ ଅଛନ୍ତି, ଯେଉଁମାନେ ଦିନରାତି ବାହାରେ କରୋନା ସହ ଯୁଦ୍ଧ କରୁଛନ୍ତି। ଆମକୁ ସେମାନଙ୍କ କଠିନ ପରିଶ୍ରମକୁ ବୁଝି ଟିକେ ଆନନ୍ଦ ପ୍ରଦାନ ପ୍ରଦାନ କରିବା ଉଚିତ। କାମ କରିବା,  ହୃଦୟର କାର୍ଯ୍ୟ କରିବା। ଯେଉଁମାନେ ସମସ୍ତଙ୍କ ଖୁସି ବିଷୟରେ ଚିନ୍ତା କରୁଛନ୍ତି ଚାଲନ୍ତୁ ସେମାନଙ୍କୁ ଖୁସି ବିଷୟରେ ଆମେ ଚିନ୍ତା କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe