ଲଣ୍ଡନରେ ବାହା ହେବେ ବଲିଉଡର ଏହି ପ୍ରେମୀଯୁଗଳ !

Advertisment
ଲଣ୍ଡନରେ ବାହା ହେବେ ବଲିଉଡର ଏହି  ପ୍ରେମୀଯୁଗଳ !

photo- indiatoday

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ୍‌ କପୁର ତାଙ୍କର ବୟଫ୍ରେଣ୍ଡ ବୋଲି କୁହାଯାଉଥିବା ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ ଏ ବର୍ଷ । କିଛି ଦିନ ତଳେ ଆହୁରି ମଧ୍ୟ ଶୁଣିବାକୁ ମିଳିଲା ଯେ ସେ ଏଇ ଫେବୃଆରି ମାସରେ ବାହା ହେବେ। ଏଥିପାଇଁ ପିତାଙ୍କୁ ରାଜି କରାଇଛନ୍ତି ସେ ବୋଲି କହିଥିଲେ ସୋନମ୍‌। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ସେ ଦୁହେଁ ବିରାଟ-ଅନୁଷ୍କାଙ୍କ ଭଳି ବିଦେଶରେ ବାହା ହେବେ। ପ୍ରାପ୍ତ ସୂଚନା ଅନୁଯାୟୀ ସୋନମ୍‌ କପୁର ଏବଂ ଆନନ୍ଦ ଆହୁଜା ଆଗାମୀ ଗ୍ରୀଷ୍ମ ଋତୁରେ ଲଣ୍ଡନରେ ବାହା ହେବେ। କୁହାଯାଉଛି ଯେ ଏଥିପାଇଁ ୩୦୦ଜଣ ଅତିଥି ଏବଂ ସଂପର୍କୀୟଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏହି ବାହାଘରର ଆୟୋଜନ ଦାୟିତ୍ୱ ମୋହିତ ମାରଓ୍ଵାଙ୍କୁ ଦିଆଯାଇଚି। ଏହାକୁ ଗୋପନ ରଖିବାକୁ ପ୍ରୟାସ କରାଯାଉଛି।

publive-image photo-navbharattimes

ବାହାଘର ପ୍ରସଙ୍ଗରେ ସୋନମ୍‌ କେବେ ସ୍ପଷ୍ଟୀକରଣ ଦେଇ ନଥିଲେ ହେଲେ ଏବେ ମୁହଁ ଖୋଲିଥିଲେ। ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଭଂସାଲୀଙ୍କ ଫିଲ୍ମ ‘ ସାଓ୍ଵରିୟା’ ଜରିଆରେ ବଲିଉଡରେ ହିରୋଇନ୍‌ ଭାବେ ଡେବ୍ୟୁ କରିଥିବା ସୋନମ୍‌ କପୁର ନିକଟରେ  କହିଥିଲେି ଯେ ସେ ଦୀର୍ଘ ୧୦ ବର୍ଷ ହେବ ନାୟିକାଭାବେ ଏଠି ସକ୍ରିୟ ହେଲେ କେବେ ବି ନିଜର ବ୍ୟକ୍ତିଗତ କଥା କେବେ ସାମ୍ନାକୁ ଆଣୁ ନଥିଲେ। ଏଥର ସେ ବାଧ୍ୟ ହୋଇ ଏ ବିଷୟରେ କିଛି କହିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ତାଙ୍କର ନୂଆ ସିନେମା ‘ପ୍ୟାଡମ୍ୟାନ୍‌’ ରିଲିଜ୍‌ ହେଉଛି। ତାପରେ ତାଙ୍କ ଅଭିନୀତ ‘ଦତ୍ତ’ ବି ପରଦାକୁ ଆସିବ। ଏହାପରେ ସେ ‘ବୀର୍‌ ଦା ଓ୍ଵଡ଼ିଂ’ରେ ନଜର ଆସିବେ। ସବୁଠୁ ବଡ଼ କଥା ହେଲା ସେ ନୂଆ ସିନେମାର କାହାଣୀ ପଢ଼ୁଛନ୍ତି ଯଦି ଭଲ ଲାଗେ ତେବେ ସାଇନ୍‌ କରିବେ। ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ସମୟ କାହିଁ ଯେ ସେ ବାହାଘର କଥା ଭାବିବେ ବୋଲି କହିଥିଲେ ଏବେ ଦେଖିବା କଥା ପ୍ରକୃତରେ ଲଣ୍ଡନରେ ଏହି ପ୍ରେମୀଯୁଗଳ ବିବାହ କରୁଛନ୍ତି କି ନା !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe