photo-amarujala
ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାନ୍ତ ମାଲହୋତ୍ରାଙ୍କ ଫିଲ୍ମ ‘ହିଚ୍କୀ’ଫେବୃଆରୀ ୨୩ ତାରିଖରେ ରିଲିଜ୍ ହେଉଛି।ଏଥିରେ ରାଣୀ ମୁଖାର୍ଜୀ ଫିମେଲ୍ ଲିଡ଼୍ରେ ଅଛନ୍ତି।ଆପଣ ଜାଣିଛନ୍ତି ଯେ, ରାଣୀ ମୁଖାର୍ଜୀ ଫିମେଲ୍ ଲିଡ଼୍ରେ ଅଛନ୍ତି। ଆପଣ ଜାଣନ୍ତି ଯେ,ରାଣୀ ମୁଖାର୍ଜୀ ୩୬ ବର୍ଷ ବୟସରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ।ବଲିଉଡ଼୍ର ପ୍ରଖ୍ୟାତ ନାମା ଅଭିନେତା ସୁହାସିନୀ ମୂଲେ ୬୦ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେ ଡ଼ାକ୍ତର ଅତୁଲ ଗୁର୍ଟଙ୍କୁ ୨୦୧୧ରେ ବିବାହ କରିଥିଲେ।ଠିକ୍ ସେହିପରି ଚର୍ଚ୍ଚିତ ଟେଲି ଓ ସିନେ ଅଭିନେତ୍ରୀ ନୀନା ଗୁପ୍ତା ଚାଚ୍ଚାର୍ଡ଼ ଆକାଉଣ୍ଟାଣ୍ଟ୍ ବିବେକ ମିଶ୍ରାଙ୍କୁ ୨୦୦୮ରେ ବିବାହ କରିଥିଲେ। ସେହି ସମୟରେ ନୀନାଙ୍କୁ ୪୩ ବର୍ଷ ବୟସ ହୋଇଥିଲା।
photo--filmbeatsବଲିଉଡ଼୍ ନାୟିକା ଲିସା ରାୟ ୨୦୧୦ ରେ ଜଣେ ମ୍ୟାନେଜମେଣ୍ଟ୍ କନସଲ୍ଟାଣ୍ଟ୍ ଜେସନ୍ ଦେହନୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଲିସାଙ୍କୁ ବୟସ ଥିଲା ୪୦ ବର୍ଷ।ସେ ଦୁହେଁ ସୁଖୀ ଦାଂପତ୍ୟ ଜୀବନ ବିତାଉଥିବା କହିଛନ୍ତି ଲିସା।
photo-bnlive.inବଲିଉଡ଼୍ର ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର ମଧ୍ୟ ଟିକେ ବିଳମ୍ବରେ ବବାହ କରିଥିଲେ।୨୦୧୬ରେ ସେ ବିଶିଷ୍ଟ ବ୍ୟବସାୟୀ ମୀର୍ ମୋହସିନ୍ ଅଖତରଙ୍କୁ ବିବାହ କରିଥିଲେ।ସେତେବେଳେକୁ ଉର୍ମିଳାଙ୍କର ବୟସ ଥିଲା୪୨ ବର୍ଷ।କିନ୍ତୁ ଏ ଦୁହିଁଙ୍କ ମଧ୍ୟରେ ସୁ ସଂପର୍କ ନଥିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ଏପରିକି ଉର୍ମିଳା ସ୍ୱାମୀଙ୍କ ଠାରୁ ଅଲଗା ହୋଇ ରହୁଥିବା ମଧ୍ୟ କୁହାଯାଉଛି।
ବଲିଉଡ଼୍ର ଡ଼ିଂପଲ୍ ଗର୍ଲ ପ୍ରୀତି ଜିଣ୍ଟା ୨୦୧୦ରେ ଜେଜେ ଗୁଡ଼ଇନଫ୍ଙ୍କୁ ନିଜର ଜୀବନସାଥୀ ରୂପେ ବରଣ କରିଥିଲେ।ବିବାହ ବେଳେ ପ୍ରୀତୁଙ୍କୁ ବୟସ ହୋଇଥିଲା,୪୧ ବର୍ଷ।ଠିକ୍ ସେହିପରି ନୃତ୍ୟ ନିର୍ଦ୍ଦେଶିକାରୁ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଥିବା ଫରାହ ଖାନ୍ ମଧ୍ୟ ୩୯ ବର୍ଷ ବୟସରେ ୨୦୦୪ରେ ନିର୍ଦ୍ଦେଶକ ଶିରିଷ କୁନ୍ଦରଙ୍କୁ ବିବାହ କରିଥିଲେ।ଏ ଦୁହେଁ ସୁଖୀ ଦାଂପତ୍ୟ ଜୀବନ ବିତାଉଛନ୍ତି।
Follow Us