ବାହାଘର ପ୍ରସଙ୍ଗରେ ମୁହଁ ଖୋଲିଲେ ସୋନମ୍‌ କପୁର୍‌

Advertisment
ବାହାଘର ପ୍ରସଙ୍ଗରେ ମୁହଁ ଖୋଲିଲେ ସୋନମ୍‌ କପୁର୍‌

photo-hindustantimes.com

ମୁମ୍ବାଇ:ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଯେ ବଲିଉଡର ଲୋକପ୍ରିୟ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ୍‌ କପୁର ତାଙ୍କର ବୟଫ୍ରେଣ୍ଡ ବୋଲି କୁହାଯାଉଥିବା ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ ଏ ବର୍ଷ । କିଛି ଦିନ ତଳେ ଆହୁରି ମଧ୍ୟ ଶୁଣିବାକୁ ମିଳିଲା ଯେ ସେ ଏଇ ଫେବୃଆରି ମାସରେ ବାହା ହେବେ।  ପିତାଙ୍କୁ ରାଜି କରାଇଛନ୍ତି ସେ। କିନ୍ତୁ ଏ ପ୍ରସଙ୍ଗରେ ସୋନମ୍‌ କେବେ ସ୍ପଷ୍ଟିକରଣ ଦେଇ ନଥିଲେ ହେଲେ ଏବେ ମୁହଁ ଖୋଲିଛନ୍ତି।

publive-image photo-indiatoday

ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଭଂସାଲୀଙ୍କ ଫିଲ୍ମ ‘ ସାଓ୍ଵରିୟା’ ଜରିଆରେ ବଲିଉଡରେ ହିରୋଇନ୍‌ ଭାବେ ଡେବ୍ୟୁ କରିଥିବା ସୋନମ୍‌ କପୁର କହିଛନ୍ତି ଯେ ସେ ଦୀର୍ଘ ୧୦ ବର୍ଷ ହେବ ନାୟିକାଭାବେ ଏଠି ସକ୍ରିୟ ହେଲେ କେବେ ବି ନିଜର ବ୍ୟକ୍ତିଗତ କଥା କେବେ ସାମ୍ନାକୁ ଆଣୁ ନଥିଲେ। ଏଥର ସେ ବାଧ୍ୟ ହୋଇ ଏ ବିଷୟରେ କିଛି କହିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ତାଙ୍କର ନୂଆ ସିନେମା ‘ପ୍ୟାଡମ୍ୟାନ୍‌’ ରିଲିଜ୍‌ ହେଉଛି। ତାପରେ ତାଙ୍କ ଅଭିନୀତ ‘ଦତ୍ତ’ ବି ପରଦାକୁ ଆସିବ। ଏହାପରେ ସେ ‘ବୀର୍‌ ଦା ଓ୍ଵଡ଼ିଂ’ରେ ନଜର ଆସିବେ। ସବୁଠୁ ବଡ଼ କଥା ହେଲା ସେ ନୂଆ ସିନେମାର କାହାଣୀ ପଢ଼ୁଛନ୍ତି ଯଦି ଭଲ ଲାଗେ ତେବେ ସାଇନ୍‌ କରିବେ। ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ସମୟ କାହିଁ ଯେ ସେ ବାହାଘର କଥା ଭାବିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe