ଆପଣ ମା’ଙ୍କୁ ସବୁଠାରୁ ବଡ ଉପହାର ଦେଇଥିଲେ; ସତୀଶଙ୍କ ଦେହାନ୍ତ ପରେ ମସାବାଙ୍କ ଇନଷ୍ଟା ପୋଷ୍ଟ

Advertisment
ଆପଣ ମା’ଙ୍କୁ ସବୁଠାରୁ ବଡ ଉପହାର ଦେଇଥିଲେ; ସତୀଶଙ୍କ ଦେହାନ୍ତ ପରେ ମସାବାଙ୍କ ଇନଷ୍ଟା ପୋଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି। ମୃତ୍ୟୁ ବେଳକୁ ସତୀଶଙ୍କୁ ୬୭ ବର୍ଷ ହୋଇଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଦିନ ଦିଲ୍ଲୀର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ଅଭିନେତାଙ୍କ ମୃତଦେହକୁ ଶେଷ ରୀତିନୀତି ପାଇଁ ମୁମ୍ବାଇକୁ ଅଣାଯାଇଥିଲା। ଏବେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଥିବା ବେଳେ ସତୀଶଙ୍କୁ ମନେ ପକାଇ ଇନଷ୍ଟାରେ ଫଟୋ ପୋଷ୍ଟ କରିଛନ୍ତି ଫ୍ୟାଶନ ଡିଜାଇନର ମସାବା ଗୁପ୍ତା।

ନିଜ ମା’ ନୀନା ଗୁପ୍ତାଙ୍କ ସହ ସତୀଶ କୌଶିକଙ୍କ ଫଟୋ ସେୟାର କରି ମସାବା ଲେଖିଛନ୍ତି "ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ କୌଶିକ ଅଙ୍କଲ। ଆପଣ ମା’ଙ୍କୁ ସବୁଠାରୁ ବଡ ଉପହାର ଦେଇଥିଲେ ... ସେହି ବର୍ଷଗୁଡ଼ିକରେ ଅପଣଙ୍କ ଦୟାଳୁ ସ୍ବଭାବ - ଆମେ ଅପଣଙ୍କୁ ମନେ ପକାଇବୁ।” ଏଭଳି ଲେଖିବା ସହ ମସାବା ଏକ ଲାଲ୍ ହୃଦୟର ଇମୋଜି ଦେଇଥିବା ଦେଖାଯାଇଛି।

t8jms28g ndtv

ତେବେ କିଛି ବର୍ଷ ତଳେ ନୀନା ଗୁପ୍ତା ତାଙ୍କ ଆତ୍ମଜୀବନୀ 'ସଚ କହୁନ୍ ତୋ'ରେ ପ୍ରକାଶ କରିଥିଲେ ଯେ ୱେଷ୍ଟଇଣ୍ଡିଜ୍ କ୍ରିକେଟର ଭିଭିଆନ ରିଚାର୍ଡଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ ସେ ଗର୍ଭବତୀ ହୋଇଥିଲେ। ତାଙ୍କ ପେଟରେ ମସାବା ଥିବା ବେଳେ ରିଚାର୍ଡ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏ ବିିଷୟରେ ସତୀଶ କୌଶିକ ଜାଣିବା ପରେ ସେ ଅଭିନେତ୍ରୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, "ବ୍ୟସ୍ତ ହୁଅ ନାହିଁ, ଯଦି ପିଲାଟି କଳା ରଙ୍ଗ ନେଇ ଜନ୍ମ ହୁଏ, ତେବେ ଆପଣ ଏହା ମୋର ବୋଲି କହିପାରିବେ ଏବଂ ଆମେ ବିବାହ କରିପାରିବା। କେହି ସନ୍ଦେହ କରିବେ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe