ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରୁଥିବାରୁ ଷ୍ଟାନଙ୍କ ସହ ବନ୍ଧୁତା ଭାଙ୍ଗିଲେ ଅବଦୁ

Advertisment
ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରୁଥିବାରୁ ଷ୍ଟାନଙ୍କ ସହ ବନ୍ଧୁତା ଭାଙ୍ଗିଲେ ଅବଦୁ

ମୁମ୍ବାଇ: ବିବା‌ଦରେ ବିଗ୍ ବସ୍-୧୬ର ବିଜେତା ଏମସି ଷ୍ଟାନ। ରିୟାଲିଟି ସୋ’ ବିଗ୍ ବସ୍-୧୬ରେ ବେଶୀ ସକ୍ରିୟ ନରହି ବି ସେ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଇନଷ୍ଟାରେ ଥିବା ତାଙ୍କର ୭୦ଲକ୍ଷ ଫଲୋୱର୍ସଙ୍କ ପାଇଁ ଏହା ସମ୍ଭବ ହୋଇଥିବା କଥା କୁହାଯାଇଥିଲା। ତେବେ ସୋ’ ଜିତିବା ପରେ ଚର୍ଚ୍ଚାରେ ଥିବା ଏମସି ଷ୍ଟାନ୍ ଏବେ ବିବାଦ ଘେରକୁ ଆସିଛନ୍ତି। ଅନ୍ୟ କାହା ସହ ନୁହେଁ ବରଂ ବିଗ୍ ବସ୍-୧୬ରେ ତାଙ୍କର ଭଲ ବନ୍ଧୁ ତଥା ତାଜିକିସ୍ତାନୀ କଣ୍ଠଶିଳ୍ପୀ ଅବଦୁ ରୋଜେକଙ୍କ ସହ ତାଙ୍କର ବିବାଦ ଆରମ୍ଭ ‌ହୋଇଛି।

ବିଗ୍ ବସ୍-୧୬ରେ ଷ୍ଟାନ, ଅବଦୁ, ଶିବ ଠାକରେ, ସାଜିଦ ଖାନ୍, ଶୁମ୍ବୁଲ ତୌକିର ଖାନ୍ ଓ ନିମ୍ରିତ କୌର ଅହଲୁୱାଲିଆଙ୍କ ଗୋଷ୍ଠୀକୁ ମଣ୍ଡଲିର ନାଁ ଦିଆଯାଇଥିଲା। ହେଲେ ଏବେ ମଣ୍ଡଲି ଶେଷ ବୋଲି କହିଛନ୍ତି ଅବଦୁ। ଷ୍ଟାନଙ୍କ ସହ ସେ ସମସ୍ତ ସମ୍ପର୍କ ଭାଙ୍ଗିଥିବା ଗଣମାଧ୍ୟମକୁ କହିଛନ୍ତି। ଇନଷ୍ଟାରେ ଲାଇଭ ଆସି ଅବଦୁ କହିଛନ୍ତି, “ଯେତେବେଳେ ମୁଁ ଏମସି ଷ୍ଟାନକୁ କଲ୍ କରିଥିଲି, ସେ କୌଣସି ଜବାବ ଦେଇନଥିଲେ। ସେ ମୋ କଲ୍ ସିଧାସଳଖ କାଟି ଦେଇଥିଲେ। ସମସ୍ତେ ଆସି ମୋତେ ଏମସି ଷ୍ଟାନଙ୍କ ବିଷୟରେ ପଚାରୁଛନ୍ତି। ଆପଣ ପ୍ରକୃତରେ ଭାବୁଛନ୍ତି କି ମୁଁ ଏମସି ଷ୍ଟାନ ପାଇଁ କେବେ ଖରାପ କଥା କହିପାରିବି? ଯେତେବେଳେ ବିଗ୍ ବସ୍ ଘରେ ସେ ଦୁଃଖୀ ଥିଲେ ମୁଁ ସବୁବେଳେ ତାଙ୍କ ସହିତ ଥିଲି। ବର୍ତ୍ତମାନ ସେ ଗଣମାଧ୍ୟମରେ କହୁଛନ୍ତି ଯେ ମୁଁ ତାଙ୍କୁ ମୋର ଗୀତର ପ୍ରଚାର କରିବାକୁ କହିଥିଲି। ସେ କାହିଁକି ଏପରି କରୁଛନ୍ତି। ମୋର ମୁଣ୍ଡ ବିନ୍ଧୁଛି। ଷ୍ଟାନ ଏଭଳି କହିଥିବା ଜାଣିବା ପରେ ମୁଁ ତାଙ୍କ ଉପରେ ରାଗିଛି।"

ତାଙ୍କର ଏଭଳି ଲାଇଭ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ମଧ୍ୟ ଫ‌ଟୋଗ୍ରାଫରଙ୍କୁ ବୟାନ ଦେଇ ସେ ସମାନ କଥା କହିଛନ୍ତି। ଷ୍ଟାନଙ୍କ ସହ ବନ୍ଧୁତା ଶେଷ ବୋଲି କହୁଥିବାର ଭିଡିଓ ଏବେ ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe