'ହେ ଆଲ୍ହା ମୋତେ ମୃତ୍ୟୁ ଦିଅ'; ଏଭଳି ଲେଖି ପ୍ରଶଂସକଙ୍କ ଚିନ୍ତା ବଢ଼ାଇଲେ ଷ୍ଟାନ୍

Advertisment
'ହେ ଆଲ୍ହା ମୋତେ ମୃତ୍ୟୁ ଦିଅ'; ଏଭଳି ଲେଖି ପ୍ରଶଂସକଙ୍କ ଚିନ୍ତା ବଢ଼ାଇଲେ ଷ୍ଟାନ୍

ମୁମ୍ବାଇ: ରିଆଲିଟି ସୋ’ ‘ବିଗ୍ ବସ୍ ୧୬’ ର ବିଜେତା ଏମସି ଷ୍ଟାନ୍ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ବିଗ୍ ବସରେ ଥିବ‌ା ବେଳେ ବୁବାଙ୍କ ସହ ପ୍ରେମ ସମ୍ପର୍କ ଥିବା ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ଷ୍ଟାନ୍। ସୋ’ରୁ ବାହାରକୁ ଆସିବା ପରେ ସେ ବିବାହ କରିବେ ବୋଲି ମଧ୍ୟ କହିଥିଲେ। ହେଲେ କିଛି ଦିନ ତଳେ ଦୁହିଁଙ୍କର ବ୍ରେକଅପ ହୋଇଥିବା ସାମ୍ନାକୁ ଆସିଥିଲା। ସୋସିଆଲ ମିଡିଆରେ ଗର୍ଲଫ୍ରେଣ୍ଡ ବୁବାଙ୍କ ସହ ଏମସି ଷ୍ଟାନ ବ୍ରେକଅପ୍ ଘୋଷଣା କରିଥିଲେ।

ଇନଷ୍ଟା ଷ୍ଟାଟସରେ ବ୍ରେକଅପ ବୋଲି ‌ଲେଖି ଏକ ହୃଦୟ ଇମୋଜି ସହ ସେୟାର କରିଥିଲେ ଷ୍ଟାନ୍। ଏହି ଷ୍ଟାଟସ ଦେଖିବା ପରେ ତାଙ୍କର ପ୍ରଶଂସକମା‌ନେ ଚିନ୍ତାରେ ପଡ଼ିଥିବା ବେଳେ ଏବେ ସେ ନିଜର ଆଉ ଏକ ଷ୍ଟାଟସ ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଇନଷ୍ଟା ଷ୍ଟୋରୀରେ ସେ ଲେଖିଛନ୍ତି, 'ହେ ଆଲ୍ହା ମୋତେ ମୃତ୍ୟୁ ଦିଅ'। ତାଙ୍କର ଏଭଳି ଷ୍ଟାଟସ ଦେଖି ଏବେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। କିଛି ଦିନ ହେଲାଣି ଷ୍ଟାନ ଏଭଳି ଷ୍ଟାଟସ ରଖୁଥିବାରୁ ପ୍ରକୃତ କାରଣ ଜାଣିବାକୁ ପ୍ରଶଂସକ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

ବୁବାଙ୍କ ସହ ବ୍ରେକଅପ ଘୋଷଣା କରିବା ପୂର୍ବରୁ ଏକ ପୋଷ୍ଟ କରି ରାପ୍ ଛାଡିବେ ବୋଲି ଘୋଷଣା କରିଥିଲେ ଷ୍ଟାନ୍। ସେ ଲେଖିଥିଲେ ଯେ, ‘ମୁଁ ରାପ୍ ଛାଡ଼ିବାକୁ ଯାଉଛି।’ ହଠାତ୍ ଷ୍ଟାନ୍ ଏଭଳି କରୁଥିବାରୁ ତାଙ୍କ ପ୍ରଶଂସକମାନେ ଏହା ପଛର କ‌ାରଣ ଜାଣିବାକୁ ଅନାଇ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe